ଦେଶ ବିଦେଶ

ରାତି ଅଧରେ ଉଡ଼ିଲା ଫାଇଟର ଜେଟ: ଭୟରେ ଥରହର ପାକିସ୍ତାନ

ସଂଚାର ବ୍ୟୁରୋ: ରଣଭୂମି ନୁହେଁ ରାଜରାସ୍ତାରେ ବାୟୁସେନାର ଦମ୍ ଦେଖି ବଢ଼ିଲା ଶତ୍ରୁ ପକ୍ଷର ଭୟ । ଗଙ୍ଗା ଏକ୍ସପ୍ରେସ ୱେରେ ଫାଇଟର ଏୟାରକ୍ରାଫ୍ଟର ଗର୍ଜନରେ ଥରହର ପାକିସ୍ତାନ । ଦେଶରେ ରାଜରାସ୍ତାରେ ଦିନ ଓ ରାତି ସମୟରେ ଆଧୁନିକ ଏୟାରକ୍ରାଫ୍ଟର ଲ୍ୟାଣ୍ଡିଂ ଓ ଟେକ୍ ଅଫ୍ ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ବାୟୁସେନା ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ ୩.୫ କିଲୋମିଟର ଲମ୍ବା ରନଓ୍ବେରେ ଶୁକ୍ରବାର ଦିନ ପରୀକ୍ଷଣ କରିଛି। ଏହା ଭାରତର ପ୍ରଥମ ଏକ୍ସପ୍ରେସୱେ ହବାଇ ପଟ୍ଟି ଯାହା ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧବିମାନ ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ। ଏହି ପରୀକ୍ଷଣ ଶାହଜାହାନପୁର ଜିଲ୍ଲାର ଜଲାଲାବାଦ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ବାୟୁସେନାର ରାଫେଲ, ଜାଗୁଆର, ମିରାଜ-୨୦୦୦, ମିଗ-୨୯, ଏସ୍ୟୁ-୩୦ ଏମେଆଇ ଆଦି ଯୁଦ୍ଧ ବିମାନ ଏବଂ ସି-୧୩୦ଜେ ସୁପର ହର୍କ୍ୟୁଲିସ, ଏଏନ-୩୨ ଓ ଏମଆଇ-୧୭ ହେଲିକପ୍ଟର ସାମିଲ ହୋଇ ନିମ୍ନ ଉଡ଼ାଣ, ଅବତରଣ ଓ ଉଡ଼ାଣ ପରୀକ୍ଷା କରିଛନ୍ତି। ଦିନ ସମୟରେ ଆରମ୍ଭ ହୋଇଥିବା ଏହି ପରୀକ୍ଷଣ ରାତି ୭ଟାରୁ ୧୦ଟା ମଧ୍ୟରେ ରାତ୍ରିକାଳୀନ ଅବତରଣ ପରୀକ୍ଷା ସହିତ ସମାପ୍ତ ହୋଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button