ଓଡିଶା
କୋଲକାତାର ମେଚୁଆପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ : ୧୪ ଲୋକ ଜୀବନ୍ତ ଦଗ୍ଧ

ସଂଚାର ବ୍ୟୁରୋ: କୋଲକାତାର ମେଚୁଆପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ। ଏକ ବହୁତଳ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୪ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ପରେ ଜୀବନ ବିକଳରେ କେତେକ ଲୋକ ଝରକା ଦେଇ ଡେଇଁଥିବା ସୂଚନା ମିଳିଛି। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରିଥିଲେ। ଅଗ୍ନିକାଣ୍ଡ ନେଇ ପୋଲିସ ତଦନ୍ତ ଜାରି ରହିଛି।