ପହଲଗାଁଓ ଆକ୍ରମଣରୁ ଦୋଷ ଛଡ଼ାଇବାକୁ ଉଦ୍ୟମ: ନିରପେକ୍ଷ ତଦନ୍ତ ଦାବି କଲେ ପାକ୍ ପିଏମ୍

ସଂଚାର ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ବିଶ୍ଵରେ ଭାରତକୁ ସମର୍ଥନ ଓ ପାକିସ୍ତାନକୁ ନିନ୍ଦା ପରେ ଅଡୁଆରେ ପଡିଛି ଇସଲାମାବାଦା। ଏବେ ଆଉ ଏକ ଚାଲ୍ ଖେଳି ନିରପେକ୍ଷ ତଦନ୍ତ କରାଯାଉ ବୋଲି କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ। ସ୍ଵଚ୍ଛ, ନିରପେକ୍ଷ ଓ ବିଶ୍ଵସନୀୟ ତଦନ୍ତ ହେଉ ବୋଲି ସେ କହିଛନ୍ତି। ନିଜ ଦୋଷ ଲୁଚାଇବାକୁ ସେ ଖାଇବର ପାସ୍ତୁନର କାକୁଲରେ ଥିବା ମିଲିଟାରି ଏକାଡେମୀର ପାସିଂ ଆଉଟ ପରେଡ୍ ରେ କହିଛନ୍ତି,ପାକିସ୍ତାନ ସବୁବେଳେ ଆତଙ୍କବାଦ ବିରୋଧରେ ଲଢି ଆସିଛିି । ଏଥିପାଇଁ ପାକିସ୍ତାନକୁ ବି ବହୁ ମୂଲ୍ୟ ଦେବାକୁ ପଡ଼ିଛି। ପ୍ରାୟ ୧ ଲକ୍ଷ ପାକିସ୍ତାନୀ ଜୀବନ ଦେଇଛନ୍ତି। ହଜାର ହଜାର କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ତେଣୁ ଦାୟିତ୍ଵବାନ ଦେଶ ଭାବେ ପହଲଗାଓଁ ଆକ୍ରମଣର ସ୍ଵଚ୍ଛ ନିରପେକ୍ଷ ଓ ବିଶ୍ଵସନୀୟ ତଦନ୍ତ ହେଉ। ଏହି ଅପିଲ ଜରିଆରେ ସେ ଏକ ପ୍ରକାର ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। ବିଶ୍ଵର ଦୃଷ୍ଟି ଅନ୍ୟ ଆଡ଼େ ନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସାରା ବିଶ୍ଵ ଜାଣେ ଯେ, ପାକିସ୍ତାନ ହେଉଛି ବିଶ୍ଵ ଆତଙ୍କବାଦର ଜନନୀ, ଆତଙ୍କବାଦର କେନ୍ଦ୍ରସ୍ଥଳ। ୪୦ ବର୍ଷରୁ ଅଧିକ ସମୟ ହେଲାଣି ଏହା ଆତଙ୍କବାଦୀଙ୍କୁ ସୃଷ୍ଟି କରୁଛି, ସେମାନଙ୍କୁ ଆଶ୍ରୟ ଦେଉଛି, ସବୁ ପ୍ରକାର ସାହାଯ୍ୟ କରୁଛି। ଟ୍ରେନିଂ ଦେଉଛି। ତେଣୁ ପାକିସ୍ତାନ ନିଜ ଦୋଷ ଖସାଇ ପାରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।