ବିଚାର

ପାକିସ୍ତାନ ବିରୋଧରେ ଭାରତର କଡ଼ା ପଦକ୍ଷେପ

ସଂଚାର ବ୍ୟୁରୋ: ପାକିସ୍ତାନକୁ ମହଙ୍ଗା ପଡ଼ିଲା ଆକ୍ରମଣ। ପାକିସ୍ତାନ ବିରୋଧରେ ବଡ଼ ପଦକ୍ଷେପ ନେଇଛି ଭାରତ। ପାକିସ୍ତାନ ସହ ସିନ୍ଧୁ ଜଳ ବୁଝାମଣା ରଦ୍ଦ କରିଛି ଭାରତ। ଏହାସହ ଅଟାରୀ ସୀମା ଚେକ୍ ପୋଷ୍ଟକୁ ବନ୍ଦ କରିଛି ଭାରତ। ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି ଭାରତ। ସେହିପରି ପାକିସ୍ତାନ ନାଗରିକଙ୍କ ସମସ୍ତ ଭିସା ବାତିଲ କରିଛି ଭାରତ। ଖାଲି ଏତିକି ନୁହେଁ, ୭ ଦିନ ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ହାଇକମିଶନରେ ଥିବା ସେନା ଅଧିକାରୀ। ମେ ପହିଲାରୁ ହାଇକମିଶନରେ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ଇସଲାମାବାଦରୁ ମଧ୍ୟ ଭାରତ ନିଜର ସେନା ଅଧିକାରୀଙ୍କୁ ପ୍ରତ୍ୟାହାର କରିବ। ଆତଙ୍କବାଦୀଙ୍କ ବିରୋଧରେ ନିଆଯିବ ଜିରୋ ଟଲରାନ୍ସ ପଦକ୍ଷେପ। ଭାରତୀୟ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ଯେଉଁମାନେ ଘଟଣାରେ ସଂପୃକ୍ତ, ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିସିଏସ ବୈଠକ ପରେ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ନେଇ ଏଭଳି ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ। ଆକ୍ରମଣ ଘଟଣା ପରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। …

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button