ଦେଶ ବିଦେଶ

ଭାରତରେ ଆମେରିକା ଉପରାଷ୍ଟ୍ରପତି

ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଗଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ।  ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି ଜେଡି ଭାନ୍ସ ।  ଭାରତୀୟ ବଂଶୋଦ୍ଭବ ପତ୍ନୀ ଉଷା ଭାନ୍ସ ଓ ତିନି ସନ୍ତାନ ତାଙ୍କ ସହ ଭାରତ ଆସିଛନ୍ତି ।  ପାଲାମ ଏୟାରପୋର୍ଟରେ ଅବତରଣ ପରେ ତାଙ୍କୁ ଭବ୍ୟ ସ୍ବାଗତ ସହ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ତାଙ୍କୁ ଏୟାରପୋର୍ଟରେ ସ୍ବାଗତ କରିଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।  ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି ଜେଡି ଭାନ୍ସ ।  ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ।  ଫୋକସରେ ରହିବ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି ।  ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଲଟା ଟାରିଫ ବିବାଦ ଭିତରେ, ମୋଦି-ଭାନ୍ସଙ୍କ ଆଲୋଚନା ଗୁରୁତ୍ବ ବହନ କରୁଛି ।

ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି ଉପରାଷ୍ଟ୍ରପତି ଭାନ୍ସଙ୍କ ସହ ଅନ୍ୟ ଆମେରିକୀୟ ଅଧିକାରୀଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି ।  ଜୟପୁରର ଐତିହାସିକ ସ୍ଥଳ ଓ ଆଗ୍ରାର ତାଜମହଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।  ଆସନ୍ତାକାଲି ଜୟପୁରର ଅମେର ଫର୍ଟ ଓ କେତେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ଯିବେ ଭାନ୍ସ। ୨୩ରେ ଆଗ୍ରା ଯାଇ ତାଜମହଲ ଓ ଶିଳ୍ପଗ୍ରାମ ପରିଦର୍ଶନ କରିବେ ।  ସଂଧ୍ୟାରେ ପୁଣି ଜୟପୁର ଫେରିଯିବେ। ୨୪ରେ ଆମେରିକା ପ୍ରତ୍ୟାବର୍ତ୍ତନ କରିବେ ଜେଡି ଭାନ୍ସ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button