ଦେଶ ବିଦେଶ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା : ୩୦ ଘଣ୍ଟିଆ ଅସ୍ତ୍ରବିରତି

ସଂଚାର ବ୍ୟୁରାେ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା। ଘୋଷଣା କରିଛନ୍ତି ୩୦ ଘଣ୍ଟିଆ ଅସ୍ତ୍ରବିରତି। ଶନିବାର ରାତି ୮.୩୦ରୁ ରବିବାର ସରିବା ଯାଏ ଏହି ଅସ୍ତ୍ରବିରତି ଘୋଷଣା ହୋଇଛି। ରୁଷ ପରି ୟୁକ୍ରେନ ବି ସମଧରଣ ପଦକ୍ଷେପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି ପୁଟିନ। ତେବେ ଏହି ଅସ୍ତ୍ରବିରତି ଅବସରରେ ରୁଷ ସୈନ୍ୟବାହିନୀ ପୂର୍ବ ପରି ନିଜ ସ୍ଥାନରେ ରହିବେ ବୋଲି ରୁଷର ସାମରିକ ମୁଖ୍ୟ ଭାଲେରି ଗ୍ରେସିମୋଭଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ। ଇଷ୍ଟରକୁ ଦୃଷ୍ଟିରେ ରଖି ପୁଟିନ ଏହି ଘୋଷଣା କରିଛନ୍ତି। ମାନବିକତା ଦୃଷ୍ଟିରୁ ଏହି ଘୋଷଣା କରାଯାଇଛି ବୋଲି କହିଛନ୍ତି ପୁଟିନ। ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଉଦ୍ୟମ ଜାରି ରହିଥିବାବେଳେ ପୁଟିନ ଏହି ପଦକ୍ଷେପ ନେଇଛନ୍ତି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button