ଦେଶ ବିଦେଶ

ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ: କେନ୍ଦ୍ରକୁ ୭ ଦିନ ସମୟ ଦେଲେ ସୁପ୍ରିମକୋର୍ଟ

ସଂଚାର ବ୍ୟୁରୋ: ୱାକଫ ସଂଶୋଧନ ଆଇନ ପ୍ରସଙ୍ଗ। କେନ୍ଦ୍ରକୁ ୭ ଦିନ ସମୟ ଦେଲେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଜବାବ ଦାଖଲ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଗତକାଲି ୱାକଫ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଥିବାବେଳେ ଆଜି ବି ଶୁଣାଣି ଜାରି ରହିଥିଲା। ଆସନ୍ତା ମେ ୫ରେ ଏହି ମାମଲାର ହେବ ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଶୁଣାଣି ଯାଏ ୱାକଫ ବୋର୍ଡ ଓ କାଉନସିଲରେ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି କୋର୍ଟ। ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ରକୁ କେତେକ କଠୋର ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ୱାକଫ ବୋର୍ଡରେ ହିନ୍ଦୁମାନଙ୍କୁ ସଦସ୍ୟ ରଖିବା ଲାଗି ଆଇନରେ ବ୍ୟବସ୍ଥା ରହିଛି। ହେଲେ ହିନ୍ଦୁ ଦେବୋତ୍ତର ବୋର୍ଡରେ ମୁସଲିମମାନଙ୍କୁ ରଖାଯାଇଛି କି ବୋଲି ପ୍ରଶ୍ନ କରିଥିଲେ କୋର୍ଟ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button