ଜୀବନଶୈଳୀ

ଥାନାରେ ଆତ୍ମସମର୍ପଣ କଲେ ଫେରାର ହୋଇଥିବା ଭାବି ଶାଶୁ- ଜ୍ୱାଇଁ ଯୋଡି

ଶାଶୁ ଜ୍ୱାଇଁଙ୍କ ପ୍ରେମ କାହାଣୀ ହାଟରେ ପଡି ବାଟରେ ଗଡୁଛି । ଝିଅ ବାହାଘର ଦିନ ଜ୍ୱାଇଁ ସହ ଫେରାର ହେଲା ଶାଶୁ । ଅଲିଗଡର ଶାଶୁ ଜ୍ୱାଇଁ ଯୋଡିଙ୍କ ଫଟୋ ଖୁବ କମ ସମୟରେ ଭାଇରଲ ହୋଇଯାଇଥିଲା । ଭାଇରଲ ଫଟୋକୁ ଦେଖି ନଅ ଦିନ ପରେ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ଶାଶୁ ଏବଂ ଜ୍ୱାଇଁ । ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅଲିଗଡର ଶାଶୁ ଜ୍ୱାଇଁ ଯୋଡି ନଅ ଦିନ ପୂର୍ବରୁ ଫେରାର ହୋଇ ଅଲିଗଡ଼ରୁ କାସଗଞ୍ଜ ପୁଣି ସେଠାରୁ ବରେଲିରେ ପହଞ୍ଚିଥିଲେ । ବରେଲିରୁ ଯାଇ ସିଧାସଳଖ ବିହାର ମୁଜାଫରପୁରରେ ପହଂଚି ନେପାଳ ଯିବାକୁ ପ୍ଲାନ କରିଥିଲେ । ଦୁହେଁ ତାଙ୍କର ସମ୍ପୂର୍ଣ୍ଣ ଯାତ୍ରା ବସରେ କରିଥିଲେ । କିନ୍ତୁ ତାଙ୍କ ଭାଇରଲ ଫଟୋ ମଜାଫରପୁରରେ ମୋବାଇଲ ବ୍ୟବହାର କରିବାବେଳେ ଶାଶୁ ଦେଖିଥିଲେ । ଯାହାଫଳରେ ସେମାନେ ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ନିଷ୍ପତି ନେଇଥିଲେ । ପରେ ସେମାନେ ମୁଜାଫରପୁରରୁ ବସ ଧରି ମଥୁରା ଗୟା କଟରେ ଓହ୍ଲାଇ କାରରେ ଅଲିଗଡରେ ପହଞ୍ଚିଥିଲେ । ସେଠାରୁ ସେମାନେ ଦାଡୋ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିଲେ।

ସୂଚନାମୁତାବକ , ଥାନାରେ ପଚାରଉଚରା ସମୟରେ ଶାଶୁ କହିଥିଲା ଯେ ସେ ବହୁ ବର୍ଷ ଧରି ଘରୋଇ ହିଂସାର ଶିକାର ହେଉଥିଲେ ସେଠାରେ ସେ ଦାଡୋ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଥିଲେ । ସ୍ୱାମୀ ପ୍ରତ୍ୟେକ କଥାରେ ମଦପାନ କରି ତାଙ୍କୁ ଘରୁ ବାହରଯିବାର ଧମକ ମଧ୍ୟ ଦେଉଥିଲେ । କିଛି ଦିନ ପରେ ଝିଅ ବାହାଘର ପାଇଁ ଜ୍ୱାଇଁ ରାହୁଲ ସହିତ ପ୍ରସ୍ତାବ ପଡିଥିଲା । ଅନେକାଂଶ ସମୟରେ ଶାଶୁ ଜ୍ୱାଇଁଙ୍କ କଥାବାର୍ତା ଦେଖି ତାଙ୍କ ସ୍ୱାମୀ ଏବଂ ତାଙ୍କ ଝିଅ ସନ୍ଦେହ କରିବା ଆରମ୍ଭ କରିଥିଲେ । ଯାହାକୁ ନେଇ ପରିବାରରେ କଳହ ଅଶାନ୍ତି ବଢିବାକୁ ଲାଗିଥିଲା ।

ଅନ୍ୟପଟେ ରାହୁଲ ତାଙ୍କ ବୟାନରେ ପୋଲିସ୍କୁ କହିଛନ୍ତି ଯେ, ଯାହା ଘଟିଥିଲା ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, କିନ୍ତୁ ସେ କେବଳ ତାଙ୍କ ଜିଦ୍ ଉପରେ ଏହି ନିଷ୍ପତ୍ତି ନେଇଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ ସେ ଆଉ ବଞ୍ଚିବାକୁ ଚାହାଁନ୍ତି ନାହିଁ ବୋଲି କହୁଥିଲେ । ଯେଉଁଥିପାଇଁ ଅନୁଭବ କଲି ସେ ଯେମିତି କିଛି ଭୁଲ କରି ନବସନ୍ତୁ ସେଥିପାଇଁ ତାଙ୍କ ସହିତ ମୁଁ ସାମିଲ ହୋଇଥିଲି ।

ଏସଏଚଓ କହିଛନ୍ତି ଯେ ଅନିତା ଦେବୀ ଏବଂ ରାହୁଲ ଉଭୟ ଆସି ଆତ୍ମସମର୍ପଣ କରିଛନ୍ତି । ସିଓ କହିଛନ୍ତି ଯେ ମହିଳାଙ୍କ ବୟାନ ରେକର୍ଡ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ମହିଳାଙ୍କୁ ୱାନ ଷ୍ଟାପ୍ ସେଣ୍ଟରକୁ ପଠାଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button