ଜୀବନଶୈଳୀ
ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

ସଂଚାର ବ୍ୟୁରୋ: ଜମ୍ମୁ-କଶ୍ମୀରର ସୋପିଆନାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ନୁହଁ, ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିପାତ ହୋଇଥିବା ଖବର ହସ୍ତଗତ ହୋଇଥିଲା। ଏବେ ଜାଣିବାକୁ ମିଳିଛି ୩ ଜଣ ଆତଙ୍କୀ ସଫା ହୋଇଛନ୍ତି। ତେବେ ଆହୁରି ଜଣେ ଆତଙ୍କବାଦୀ ଏବେ ବି ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି।