ଖୋଲିଲା ଦେଶର ୩୨ଟି ଏୟାରପୋର୍ଟ

ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନାକୁ ଦେଖି ଭାରତର ୩୨ଟି ଏୟାରପୋର୍ଟକୁ ଆଗାମୀ ୧୫ ତାରିଖ ଯାଏଁ ବନ୍ଦ କରିଦିଆଯାଇଥିଲା । ଯାହା ଏବେ ଖୋଲିଛି । ପ୍ରେସ ରିଲିଜ ଜାରି କରି ସୂଚନା ଦେଇଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ । ତେବେ ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିଛି ।
ଏହାସହିତ ୨୫ଟି ଏୟାରରୁଟସକୁ ଖୋଲାଯାଇଛି । ବନ୍ଦଥିବା ବିମାନବନ୍ଦରଗୁଡିକ ଅର୍ନ୍ତରାଷ୍ଟ୍ରୀୟ ସୀମାକୁ ଲାଗିରହିଥିଲା । ତେଣୁ ଏଗୁଡିକୁ ସୁରକ୍ଷା ଯୋଗୁଁ ବନ୍ଦ କରିଦିଆଯାଇଥିଲା
ବର୍ତ୍ତମାନ ଭାରତର ନଜର ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ ଉପରେ ରହିଛି । ରବିବାର ରାତିରେ ପାକିସ୍ତାନ କୌଣସି ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରିନାହିଁ । ଆଜି ଦୁଇ ଦେଶର ଡିଜିଏମଓ ମିଟିଂ ରହିଛି ।
ଅପରେସନ ସିନ୍ଦୂର ଯୋଗୁଁ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିବାରୁ ଭାରତ ୩୨ଟି ଏୟାରପୋର୍ଟକୁ ବନ୍ଦ କରିଥିଲା । ଏହିସବୁ ବିମାନବନ୍ଦର ଅର୍ନ୍ତରାଷ୍ଟ୍ରୀୟ ସୀମାରେ ଥିବା ରାଜ୍ୟଗୁଡିକରେ ରହିଛି । ଅପରେସନ ସିନ୍ଦୂର ପରେ ଦେଶରେ ହାଇ ଆଲର୍ଟ ରହିଥିଲା । ପାକିସ୍ତାନ ଓ ପିଓକେରେ ଆତଙ୍କୀ ଠିକଣା ଉପରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିବା ପରେ ଉତ୍ତର ପଶ୍ଚିମ ଭାରତର ଅନେକ ବିମାନ ବନ୍ଦରକୁ ଆଗାମୀ ଆଦେଶ ପାଇଁ ବନ୍ଦ କରାଯାଇଥିଲା । ଶ୍ରୀନଗର, ଜମ୍ମୁ, ଲେହ, ଚଣ୍ଡିଗଡ଼, ଅମୃତସର, ଲୁଧିଆନା, ପଟିଆଲ, ଭଟିଣ୍ଡା, ହଲୱାରା, ପଠାନକୋଟ, ଭୁଣ୍ଟାର, ଶିମଲା, ଯୋଧପୁର, ଜୈସଲମେର, ଧର୍ମଶାଳା, ଜାମନଗର, କିଶନଗଡ, ବିକାନେର,ରାଜକୋଟ, ପୌରବନ୍ଦର, ଭୁଜ, ଗ୍ବାଲିଅର ଆଦି ଏୟାରପୋର୍ଟ ବନ୍ଦ ରହିଥିଲା ।
ସୂଚନାଯୋଗ୍ୟ, ଭାରତ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଥିଲା । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।