ଦେଶ ବିଦେଶ
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା

ସଂଚାର ବ୍ୟୁରୋ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା । ସ୍ଵଦେଶୀ ଜ୍ଞାନ କୌଶଳର ମ୍ୟାକ୍ ଲେଜର ଡିଉ ର ସଫଳ ପରୀକ୍ଷଣ । ଲେଜର ବିମ୍ ରେ ଧ୍ଵଂସ କରିପାରିବ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଛୋଟ ଛୋଟ ପ୍ରୋଜେକ୍ଟାଇଲ୍। ଏପରି ଟେକ୍ନୋଲଜି ବିକଶିତ କରିବାରେ ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ଚତୁର୍ଥ ଦେଶ। ଏହା ଦ୍ଵାରା ଦେଶର ସୁରକ୍ଷା କ୍ଷେତ୍ରରେ ନୂଆ ଶକ୍ତି ମିଳିଛି। ପ୍ରଥମ ଥର ପାଇଁ ଲେଜର ବିମ୍ ଜରିଆରେ ଡ୍ରୋନ୍, କ୍ଷେପଣାସ୍ତ୍ର, ବିମାନ ଧ୍ଵଂସ କରିବାର ଟେକ୍ନୋଲଜି ବିକଶିତ କରାଯାଇଛି। ୩୦ କିଲୋୱାଟ ଲେଜର୍ ଆଧାରିତ ୱିପନ୍ ସିଷ୍ଟମରେ ଜରିଆରେ ଏପରି ସଫଳତା ମିଳିଛି। ଡିଆରଡିଓର ଅଧ୍ୟକ୍ଷ ଡକ୍ଟରସମୀର ଭି କାମତ କହିଛନ୍ତି, ଏପରି ଟେକ୍ନୋଲଜି କେବଳ ଆମେରିକାର, ରୁଷିଆ ଓ ଚୀନ ପାଖରେ ଅଛି। ଏହି ୱିପନ ସିଷ୍ଟମର ବିଶେଷତ୍ଵ ହେଲା ଏହା ୧୦୦ ପ୍ରତିଶତ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ। ଦେଶର ବିଭିନ୍ନ ସଂସ୍ଥାର ସହଯୋଗରେ ଡିଆରଡିଓ ଏହି ଅସ୍ତ୍ର ବିକଶିତ କରିଛି।