ମନୋରଞ୍ଜନ

ମା ସାଜିଲା ସଉତୁଣୀ, ଝିଅର ପ୍ରେମିକ ସହ ଫେରାର

ଝିଅର ପ୍ରେମ ସହିପାରିଲାନି ମା। ସାଜିଲା ସଉତୁଣୀ। ପ୍ରେମ ଫାସରେ ଫସାଇଲା ଭାବି ଜ୍ବାଇଁକୁ। ଘରୁ ସୁନା ଗହଣା ଟଙ୍କା ନେଇ ପଳାଇଲା ସଂସାର କରିବାକୁ। ଏପଟେ ପ୍ରେମକୁ ଝୁରିଝୁରି କଣ୍ଟା ହେଇଗଲାଣି ଝିଅ। କାନ୍ଦିଲେ ଦିନ ସରୁନି କି ଆଖିରୁ ଲୁହ ଶୁଖୁନି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଝିଅ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ବିବାହର ଦିନକ ପୂର୍ବରୁ ସେ ଏପରି କାମ କରିଛନ୍ତି। ଏହି ଘଟଣା ପରେ ପ୍ରେମିକଙ୍କୁ ଝୁରି ଝୁରି ଲୁହ ଗଡାଉଛନ୍ତି ପ୍ରେମିକ। ଉତ୍ତର ପ୍ରଦେଶର ଆଲିଗଡ଼ ମାନ୍ଦ୍ରାକ ଅଞ୍ଚଳର ମନୋହରପୁର ଗାଁର ଜଣେ ବାସିନ୍ଦା ଜିତେନ୍ଦ୍ର କୁମାର ତାଙ୍କ ଝିଅ ଶିବାନୀର ବିବାହ ଥାନା ଛରା ଅଞ୍ଚଳର ଏକ ଗାଁର ଯୁବକ ରାହୁଲଙ୍କ ସହିତ ସ୍ଥିର କରିଥିଲେ। ବିବାହ ଏପ୍ରିଲ ୧୬ରେ ହେବାର ଥିଲା। ପରିବାରର ସମସ୍ତ ସଦସ୍ୟ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। କିନ୍ତୁ ବିବାହର ୯ ଦିନ ପୂର୍ବରୁ, ଶିବାନୀଙ୍କ ନିଜ ମା’ ତାଙ୍କୁ ଏପରି ଏକ ଝଟକା ଦେଇଛନ୍ତି oଯାହା ସେ ସାରା ଜୀବନ ମନେ ରଖିବେ। ରାହୁଲଙ୍କୁ ଧରି ତାଙ୍କ ମା’ ଫେରାର ହୋଇଯାଇଛନ୍ତି। ସବୁଠାରୁ ବଡ଼ ଆଘାତ ଶିବାନୀ ଏବଂ ତାଙ୍କ ବାପାଙ୍କୁ ଲାଗିଥିଲା।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button