ଦେଶ ବିଦେଶ

କୋରବା-ବିଶାଖାପଟ୍ଟନମ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ

ସଂଚାର ବ୍ୟୁରୋ: ପୁଣି ସାମନାକୁ ଆସିଲା ରେଳ ଅଘଟଣ । ଟ୍ରେନରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍‌। କୋରବା-ବିଶାଖାପଟ୍ଟନମ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ। ବିଶାଖାପଟ୍ଟନମ୍‌ ରେଳ ଷ୍ଟେସନର ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ତିନୋଟି ଏସି କୋଚରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତାହତ ନେଇ ସୂଚନା ମିଳିନି।
ସୂଚନା ଅନୁସାରେ, କୋରବା-ବିଶାଖାପଟ୍ଟନମ୍‌ ଏକ୍ସପ୍ରେସ ତିରୁପତି ଅଭିମୁଖେ ଯାତ୍ରା କରୁଥିଲା। ଏହା ବିଶାଖାପଟ୍ଟନମ୍‌ ଷ୍ଟେସନ୍‌ର ୪ନମ୍ୱର ପ୍ଲାଟଫର୍ମରେ ଅଟକି ଥିଲା। ହଠାତ୍‌ ଟ୍ରେନ୍‌ର ଏସି କୋଚ୍‌ରୁ ଧୂଆଁ ବାହାରିବା ଦେଖିବାକୁ ମିଳିଥିଲା। ଏହାଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ ଓ ବାହାରକୁ ଚାଲିଆସିଥିଲେ। ଦେଖୁଦେଖୁ ନିଆଁ ବ୍ୟାପିବାକୁ ଆରମ୍ଭ କଲା।

ଏହା ଦେଖି ରେଳ ଅଧିକାରୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ। ନିଆଁ ଲାଗି ଏକ୍ସପ୍ରେସ୍‌ର B-6, B-7 ଏବଂ M-1 ବଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ନିଆଁ ଲାଗିବାର କାରଣ ଏଯାଏ ଅସ୍ପଷ୍ଟ ରହିଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button