ରାଜନୀତି

ମୌସୁମୀ ପାଇଁ ସ୍ଥଗିତ ରହିଲା ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

ସ୍ଥଗିତ ରହିଲା ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ।  ଗତକାଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ତେବେ ସଅଳ ମୌସୁମୀ ଆଗମନ ଯୋଗୁଁ ସ୍ଥିଗିତ ରଖାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି।  ମୌସୁମୀ ସରିବା ପରେ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ।  ଏଥିସହ ପୂର୍ବ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି।

ଗତକାଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ ତାରିଖ ଘୋଷଣା ପରେ ଜିଲ୍ଲା ଅଧିକାରୀ, ଜନସାଧାରଣ ଓ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଫିଡବ୍ୟାକ ନିଆଯାଇଥିଲା । ୧୦୪୩ ୱାର୍ଡ ମେମ୍ବର, ୪୦ସମିତି ସଭ୍ୟ ଓ ୪୩ ସରପଞ୍ଚ ପଦ ପାଇଁ ନିର୍ବାଚନ ହେବାର ଥିଲା ।

ଆସନ୍ତା ୨୬, ୨୮,୨୯ , ୩୦ ଓ ୩୧ ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହୋଇଥାନ୍ତା । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ ହୋଇଥାନ୍ତା । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥାନ୍ତା ।  ଆସନ୍ତା ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button