ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ:- ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ । ପରିବାରକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ । ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ । ଇଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଭଲ ।
ବୃଷ:- ବୁଲାବୁଲିରେ ଅଧିକ ସମୟ ବିତାଇବେ। ଅଫିସରେ କୌଣସି କାମକୁ ସହଜରେ କରିବେ । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ବ୍ୟବସାୟରେ ଲାଭ ପାଇବେ ।
ମିଥୁନ:- ନୂଆ ପ୍ରୋଜେକ୍ଟରେ କାମ କରିବାର ମଉକା ପାଇବେ । ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ହୋଇଯିବ । ଆପଣଙ୍କ ବ୍ୟବହାରରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଜମି ସଂପର୍କିତ କାର୍ଯ୍ୟ ଆଗକୁ ବଢ଼ିବ ।
କର୍କଟ:- କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଆସିବେ । କୌଣସି ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ । ପିଲା ଆପଣଙ୍କୁ ଶୁଭ ଖବର ଦେବେ । ସ୍ବାସ୍ଥ୍ୟ ସମ୍ବନ୍ଧରେ ସୁସ୍ଥ ଅନୁଭବ କରିବେ ।
ସିଂହ:- ଆପଣଙ୍କ ସକାରାତ୍ମକ ଚିନ୍ତା କାର୍ଯ୍ୟରେ ସହଯୋଗ କରିବ। ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାରେ ପ୍ରଭାବିତ ହେବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଚେଷ୍ଟା କରନ୍ତୁ ।
କନ୍ୟା:- ଅଧିକ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ । କୌଣସି କାମରେ ଅନୁମାନ ଠାରୁ ଅଧିକ ଲାଭ ହେବ । କୌଣସି ଫଇସଲା କରିବାରେ ଟିକେ କଷ୍ଟ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ ।
ତୁଳା:- ଆପଣଙ୍କ ପାଖରେ ବ୍ୟବସାୟ ବଢ଼ାଇବା ପାଇଁ ଭଲ ମଉକା ଅଛି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ । ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯିବେ । ଦାମ୍ପତ୍ୟ ଜୀବନ ଭଲ ରହିବ ।
ବିଛା:- ଧର୍ମକାର୍ଯ୍ୟ ପ୍ରତି ଆଶା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ । ସାଙ୍ଗରେ କାମ କରୁଥିବା ଲୋକଙ୍କର ସାହାଯ୍ୟ ପାଇବେ । ନିଜର କାମ ତରବରିଆରେ କରନ୍ତୁ ନାହିଁ । କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।
ଧନୁ:- ଘର ଲୋକଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । ଟଙ୍କପଇସା ସମ୍ବନ୍ଧୀୟ ଫଇସଲା ଭାବିଚିନ୍ତି ନିଅନ୍ତୁ । ପରିଶ୍ରମର ବଢ଼ିଆ ପରିଣାମ ପାଇବେ ।
ମକର:- କାମ ସଂପୂର୍ଣ୍ଣ କରିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପ୍ରତିଯୋଗି ପରୀକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇବେ । କୌଣସି ବିଶେଷ ବ୍ୟକ୍ତିଙ୍କ ଦ୍ବାରା ଲାଭ ପାଇବେ । ପାରିବାରିକ ଜୀବନ ଆନନ୍ଦମୟ ହେବ
କୁମ୍ଭ:- ବ୍ୟବସାୟରେ ଆଶାଠୁ ଅଧିକ ଲାଭ ହେବ । ଆପଣଙ୍କୁ ପାରିବାରିକ ଝଞଟରୁ ମୁକ୍ତି ମିଳିଯିବ । ଶିକ୍ଷକଙ୍କର ଏକାଗ୍ରତା ଓ ପରିଶ୍ରମକୁ ନେଇ ସମ୍ମାନିତ କରାଯିବ ।
ମୀନ:- ନିଜର ବ୍ୟବହାର ସ୍ବଚ୍ଛତା କରିବା ପାଇଁ ଚେଷ୍ଟା କରିବେ। ହିସାବ କିତାବ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତା ଭରା ରହିବ । ପ୍ରିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ ।