ରାଜନୀତି

ଆଜି ନୀତି ଆୟୋଗ କାଉନସିଲ ବୈଠକ

ଆଜି ନୀତି ଆୟୋଗ ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ । ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଓ କିଛି ବରିଷ୍ଠ ମନ୍ତ୍ରୀ ଯୋଗ ଦେବେ । ଚଳିତ ବର୍ଷର ଥିମ ରହିଛି ‘ ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ବିତୀୟ ଥର ନୀତି ଆୟୋଗ ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗ ଦେବେ ।

ପୂର୍ବରୁ ଗତବର୍ଷ ଜୁଲାଇ ୨୭ ତାରିଖରେ ମୋହନ ମାଝୀ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଯୋଗ ଦେଇ ୯ ଦାବି ରଖିଥିଲେ । ଆଜି କଣ ନୂଆ ଦାବି ରଖିବେ ତା ଉପରେ ଫୋକସ ରହିଛି । ଗତଥର ମୁଖ୍ୟମନ୍ତ୍ରୀ ରଖିଥିବା ୯ ଦାବି କଣ ଥିଲା ନଜର ପକାଇବା । ଉପକୂଳ ଓ ବନ୍ଦର ଆଧାରିତ ଶିଳ୍ପ ବିକାଶ, ରାଜ୍ୟର ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପ୍ରତିରୋଧ, ବିଦ୍ୟୁତ, ଦୂରସଂଚାର, ଓ ଉପକୂଳୀୟ ବନ୍ଧ ପାଇଁ ସ୍ଥିତିସ୍ଥାପକ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରୀୟ ଅର୍ଥ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ । ସେହିପରି ସବୁଜ ଶକ୍ତି ଓ ସ୍ଥାୟୀତ୍ୱ, ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧାର ଅଭାବ ଦୂରୀକରଣ । ଖଣିଜ ଆଧାରିତ ମୂଲ୍ୟ ସଂଯୋଜନ, ରେଳ ଘନତ୍ୱ ବୃଦ୍ଧି, ୩୩% ଜଙ୍ଗଲ ଆଚ୍ଛାଦନ ବଜାୟ ରଖିବା ପାଇଁ ପ୍ରୋତ୍ସାହନ ଓ ସେମିକଣ୍ଡକ୍ଟର ଓ ଟେକ୍ନୋଲୋଜି ହବ ଉପରେ ଗୁରୁତ୍ବ ଦେଇଥିଲେ ।

 

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button