ଦେଶ ବିଦେଶ

IPL : ଆଜି ପଞ୍ଜାବ କିଙ୍ଗ୍‌ସ- ମୁମ୍ବାଇ ଇଣ୍ଡିଆନ୍ସ,ଙ୍କ ମଧ୍ୟରେ ଲଢେଇ

ନୂଆଦିଲ୍ଲୀ, ୨୬/୦୫ : ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ବାଇ ଆଜି ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ସାମ୍ନାସାମ୍ନି ହେବେ । ଉଭୟ ଦଳ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରି ସାରିଛନ୍ତି । ଆଜି ଯେଉଁ ଦଳ ଜିତିବ ଶୀର୍ଷ ସ୍ଥାନ ଦଖଲ କରିବ ଏବଂ ପଏଣ୍ଟ ତାଲିକାରେ ପ୍ରଥମ ୨ଟି ଦଳ ମଧ୍ୟରେ ସ୍ଥାନ ପକ୍କା ହୋଇଯିବ । ଫଳରେ ଉଭୟ ଦଳ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ । ଗୁଜରାଟ ୧୮ ପଏଣ୍ଟ (+୦.୨୫୪) ସହ ଶୀର୍ଷରେ ଥିଲେ ମଧ୍ୟ ଦ୍ୱିତୀୟକୁ ଖସିବା ନିଶ୍ଚିତ । ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ଥର ଭେଟିବାକୁ ଯାଉଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା ମୁସ୍କିଲ । ଉଭୟ ଦଳ ଆଇପିଏଲ୍‌ରେ ୩୨ଥର ସାମ୍ନାସାମ୍ନି ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ୧୭ଟି ଓ ପଞ୍ଜାବ କିଙ୍ଗ୍‌ସ ୧୫ଟି ମ୍ୟାଚ୍‌ ଜିତିଛି । ମୁମ୍ବାଇ ଇଣ୍ଡିଆନ୍ସ ସବୁ ବିଭାଗରେ ଭଲ ପ୍ରଦର୍ଶନ ଜାରି ରଖିଛି । ସୂର୍ଯ୍ୟକୁମାର ଯାଦବ, ର‌୍ୟାନ୍‌ ରିକେଲଟନ ଓ ୱିଲ ଜ୍ୟାକ୍ସ ଚମତ୍କାର ଫର୍ମରେ ଅଛନ୍ତି । ରୋହିତ ଶର୍ମା ସଫଳ ହେଲେ ଦଳ ବିଶାଳ ସ୍କୋର କରିପାରିବ । ବୋଲିଂ ବିଭାଗ ସୁଦୃଢ଼ ରହିଛି । ଆସନ୍ତାକାଲି ପ୍ରମୁଖ ଫାଷ୍ଟ୍‌ ବୋଲର ଯଶପ୍ରୀତ ବୁମରା ପଞ୍ଜାବ କିଙ୍ଗ୍‌ସ ବ୍ୟାଟରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ । ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଦୀର୍ଘ ୧୧ବର୍ଷ ପରେ ପ୍ଲେ-ଅଫ୍‌ରେ ପହଞ୍ଚିଛି । ଦଳ ଏକ ସନ୍ତୁଳିତ ଏକାଦଶ ଗଠନ କରିଛି ଏବଂ ପ୍ରତ୍ୟେକ ଖେଳାଳିଙ୍କ ଯୋଗଦାନ ରହୁଛି । ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରସନ ସିଂହ, ଆୟର ଓ ମାର୍କସ ଷ୍ଟଇନିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ, ଜୋସ ଇଂଲିଶ, ଶ୍ରେୟାସ୍‌ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ୍‌, ଅଜମତୁଲ୍ଲା ଓମାରଜାଇ, ମାର୍କୋ ଜାନସେନ, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, ପ୍ରବୀଣ ଦୁବେ ।

ମୁମ୍ବାଇ ଇଣ୍ଡିଆନ୍ସ: ର‌୍ୟାନ ରିକେଲଟନ, ରୋହିତ ଶର୍ମା, ୱିଲ୍‌ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, କରଣ ଶର୍ମା/ଅଶ୍ୱନୀ କୁମାର ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button