ଜ୍ୟୋତିଷ

ସଂସାରର ଶୁଭ ମନାସି କିନ୍ନର ପାଳନ କରୁଛନ୍ତି ସାବିତ୍ରୀ

ଭୁବନେଶ୍ୱର, ୨୬/୦୫ : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ । ଘର ଠାରୁ ମନ୍ଦିର ସବୁଠି ମନ୍ତ୍ରପାଠ ସହ ଶଙ୍ଖ ହୁଳୁହୁଳି ଶବ୍ଦରେ ପ୍ରକମ୍ପିତ । ମନ୍ତ୍ର ଉଚ୍ଚାରଣ ହେଉଛି । ପୂଜାପାଠ ମଧ୍ୟ ଚାଲିଛି । ସାଜସଜ୍ଜା ହୋଇଛି ପୂଜା ବ୍ରତ ଥାଳି । ନୂଆ ସାଢି ପରିଧାନ କରି ବ୍ରତଧାରୀ ବସିଛନ୍ତି ପୂଜାରେ । ପୂଜା କରୁଛନ୍ତି ପୂଜକ । ହେଲେ ସବୁ ଏଠି ନିଆରା । କାରଣ ଏଠି ବ୍ରତଧାରୀ ମାନେ ଜଣେ ଜଣେ କିନ୍ନର । ଅନର୍ଗଳ ପଢି ଚାଲିଛନ୍ତି ବେଦ ମନ୍ତ୍ର । ଆଉ ବ୍ରତଧାରୀମାନଙ୍କୁ ସେମାନଙ୍କ ମନସ୍କାମନା ପୂରଣ କରିବାକୁ କରାଉଛନ୍ତି ସଂକଳ୍ପ । ଏ ଦୃଶ୍ୟ ହେଉଛି ବାରିପଦା ସହରର ଦେବେନ୍ଦ୍ରପୁର ଅଞ୍ଚଳର । କିନ୍ନର ସମ୍ପ୍ରଦାୟ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ପାଇଁ ରଖିଛନ୍ତି ବ୍ରତ । ସଂସାରର ଶୁଭ ମନାସି ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ଫଳ ଫୁଲ ସାଙ୍ଗକୁ ପୂଜା ସଜ ଧରି ଅପେକ୍ଷା କରିଛନ୍ତି ସାବିତ୍ରୀ ବ୍ରତ ପାଳନ କରିବାକୁ । ନିଜ ନିଜ ଗୁରୁଙ୍କ ଦୀର୍ଘାୟୁ କାମନା କରି ରୀତିନୀତି ମୁତାବକ କରୁଛନ୍ତି ପୂଜାର୍ଚ୍ଚନା । ସେମାନଙ୍କ ସମ୍ପ୍ରଦାୟର ପୂଜକ ମଧ୍ୟ ଜଣେ ପରିପକ୍ଵ ପୂଜକ ଭଳି ମନ୍ତ୍ର ଉଚ୍ଚାରଣ କରି କରୁଛନ୍ତି ପୂଜାପାଠ । ବେସ୍ ନିଆରା ଥିଲା ଏ ଦୃଶ୍ୟ । ତେବେ କିନ୍ନର ସମ୍ପ୍ରଦାୟ କେବଳ ଯେ ନିଜ ଗୁରୁଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଛନ୍ତି ତା ନୁହେଁ ସମାଜର ମଙ୍ଗଳ ମନାସି ଏହି ବ୍ରତ ପାଳନ କରି ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button