ଜ୍ୟୋତିଷ

ଆଜି ସାବିତ୍ରୀ ବ୍ରତ : ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼

ଭୁବନେଶ୍ୱର,୨୬/୦୫ : ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ରାଜଧାନୀର ବିଭିନ୍ନ ମନ୍ଦିରରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। ମହିଳାମାନେ ଉପବାସ ରଖିବା ସହ କେହି କେହି ଘରେ ପୂଜାର୍ଚ୍ଚନା କରୁଥିବା ବେଳେ କେହି କେହି ମନ୍ଦିର ଯାଇ ସ୍ବାମୀଙ୍କ ଦୀର୍ଘଜୀବନ କାମନା କରିଥାନ୍ତି। ମହାସତୀ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କୁ ଯମରାଜାଙ୍କ ନିକଟରୁ ଫେରାଇ ଆଣିବା ପାଇଁ ଏହି ବ୍ରତ ପାଳନ କରିଥିଲେ। ସେହିଦିନଠାରୁ ଓଡ଼ିଶାର ପୁରପଲ୍ଲୀରେ ମହିଳାମାନେ ଏହି ବ୍ରତ ପାଳନ କରିଆସୁଛନ୍ତି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button