ଦେଶ ବିଦେଶ

ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଗଲା ବିମାନବନ୍ଦର ଛାତ

ନୂଆଦିଲ୍ଲୀ, ୨୬/୦୫ : ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ନୂତନ ଭାବରେ ଡିଜାଇନ୍ ହୋଇଥିବା ମେମ୍ବ୍ରେନ ଛାତ ଭାଙ୍ଗିଗଲା। ଆଇଜିଆଇ ବିମାନବନ୍ଦରରେ ପ୍ରବଳ ବର୍ଷା ଯୋଗୁଁ ମେମ୍ବ୍ରେନ୍ ଛାତ ଭୁଷୁଡ଼ି ପଡ଼ିଲା। ପୂର୍ବ ବର୍ଷ ବିମାନ ବନ୍ଦର ଛାତ ଭୁଷୁଡ଼ି ଜଣେ କାର ଚାଳକ ସେହି ଛାତ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ପରେ ଏହି ବିମାନବନ୍ଦରର ମରାମତି କରାଯାଇ ନୂତନ ଡିଜାଇନରେ ଛାତ ତିଆରି କରାଯାଇଥିଲା। ହେଲେ ପ୍ରବଳ ବର୍ଷା କାରଣରୁ ତାହା ଭାଙ୍ଗିଗଲା। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ପ୍ରବଳ ବର୍ଷା ଯୋଗୁଁ ମେମ୍ବ୍ରେନ୍ ଛାଇ ଭାଙ୍ଗିଗଲା। ହେଲେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ। ଦିଲ୍ଲୀରେ ମେ ମାସରେ ସବୁଠାରୁ ଅଧିକ ବର୍ଷା ହୋଇଛି। ମେ’ ମାସରେ ସବୁଠାରୁ ଅଧିକ ବର୍ଷା ହୋଇଛି। ମେ’ ୨୫ ସୁଦ୍ଧା ସହରରେ ୧୮୬.୪ ମିମି ବର୍ଷା ରେକର୍ଡ କରାଯାଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button