ସ୍ୱାସ୍ଥ୍ୟ

ବ୍ରେନ୍‌ଷ୍ଟ୍ରୋକ୍‌ରୁ ଦୂରେଇ ରଖେ ଏହି ଚା’…

ପାନମଧୁରୀ ଚା’ ଦେହ ପାଇଁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ ମସ୍ତିଷ୍କ ପାଇଁ ବେଶ ଲାଭଦାୟକ। ଅଭ୍ୟାସ କରି ସକାଳେ ଅଧାକପ ପାନମଧୁରୀ ଚା’ ପିଇଲେ ବ୍ରେନ୍‌ଷ୍ଟ୍ରୋକ୍‌ରୁ ମୁକ୍ତି ମିଳେ ବୋଲି ଟ୍ରିନିଟି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଓମେଗା ୩ ଫ୍ୟାଟି ଏସିଡ୍‌ ଅଧିକ ମାତ୍ରାରେ ଥାଏ। ଏହି ଚା’ ପିଇଲେ ଶରୀରରେ ଖରାପ କୋଲେଷ୍ଟରଲ ମାତ୍ରା କମ ହୋଇଥାଏ। ଏହା ମସ୍ତିଷ୍କ ଟ୍ୟୁମରୁ ମଧ୍ୟ ମୁକ୍ତି ଦିଏ। ଏହି ଚା’ରେ ଫାଇବର ଥାଏ। ଏହା ଶରୀରରୁ ଚର୍ବି କମ କରିବାରେ ହୋଇଥାଏ ସହାୟକ । ଏହି ଚା’ ପ୍ରସ୍ତୁତି ସମୟରେ ମହୁ ବ୍ୟବହାର କଲେ ଆଜ୍‌ମା ସମସ୍ୟାରୁ ତୁରନ୍ତ ଲାଭ ମିଳିଥାଏ। ଆଜ୍‌ମା ରୋଗୀ ଏହାକୁ ନିୟମିତ ପିଇ ପାରିବେ। ମହିଳାମାନଙ୍କ ପାଇଁ ପାନମଧୁରୀ ଚା’ ମହୋଷଧୀ ସଦୃଶ କାମ କରେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button