ଓଡିଶା

ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଜଣେ ଗିରଫ

ଭୁବନେଶ୍ୱର, ୨୭/୦୫ : ପିପିଲିରେ ଘଟିଛି ଲଜ୍ଜା ଘଟଣା । ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ମାମଲା ରୁଜୁ କରି ଅଭିଯୁକ୍ତ ସ୍ବର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀକୁ ଘରେ ଏକୁଟିଆ ପାଇ ସେହି ଗ୍ରାମର ଜଣେ ଯୁବକ ୨୫ ତାରିଖ ଦିନ ଦୁଷ୍କର୍ମ କରିବା ସହ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି ଏହା ଦେଖିବା ପରେ ଯୁବତୀଙ୍କ ଭାଇ ବଡ ପାଟିରେ ଡାକ ପକାଇଥିଲା । ପଡିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ ମିଶି ଯୁବତୀକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ସେମାନଙ୍କୁ ଧକ୍କା ମାରି ସେଠାରୁ ଫେରାର ହୋଇଯାଇଥିଲା । ପୀଡିତାଙ୍କ ବାପା ଏ ସଂପର୍କରେ ଅଭିଯୋଗ କରିବାକୁ ସେହିଦିନ ପିପିଲି ଥାନାକୁ ଆସୁଥିବା ବେଳେ ବାଟରେ ଅଭିଯୁକ୍ତ ଏକ କଟୁରୀ ଧରି ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ସୋମବାର ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଏ ନେଇ ପୀଡିତାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ସୂର୍ଯ୍ୟ ନାରାୟଣ ସ୍ୱାଇଁକୁ ଗିରଫ କରି ପୁଲିସ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button