ସ୍ୱାସ୍ଥ୍ୟ

ସୃତିଶକ୍ତି ପ୍ରଖର ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ପୋଷକ ତତ୍ତ୍ୱ ରହିଥାଏ। ସକାଳେ ନିୟମିତ ଅଧାଗ୍ଲାସ୍‌ ଲେମ୍ବୁପାଣି ପିଇଲେ ପାଚନ କ୍ରିୟା ସନ୍ତୁଳିତ ହେବା ସହିତ ସୃତିଶକ୍ତି ପ୍ରଖର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏଥିରେ ଥିବା ଆଣ୍ଟି ଏଜିଂ ପୋଷକତତ୍ତ୍ୱ ବୟସ ବୃଦ୍ଧିକୁ ରୋକି ତ୍ୱଚାରେ ଚମକ ଆଣେ। ସେହିପରି ଲେମ୍ବୁପାଣିରେ ଥିବା କ୍ୟାଲସିୟମ୍‌ ଅକ୍ସାଲେଟ୍‌ କିଡ୍‌ନୀ ଷ୍ଟୋନ ସମସ୍ୟା ଦୂର କରେ। ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରେ। ଫଳରେ ହାର୍ଟ ଆଟାକ୍‌, ମେଦବହୁଳତା,ରକ୍ତଚାପ ଓ ଡାଇବେଟିସ୍‌ରୁ ସହଜରେ ମୁକ୍ତି ମିଳିଥାଏ । ଲେମ୍ବୁ ପାଣି ଇନସୁଲିନ୍‌କୁ କ୍ରିୟାଶୀଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କର୍କଟଠାରୁ ଦୂରେଇ ରହିବାରେ ଏହା ମହୌଷଧୀଭଳି କାମ କରେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button