ଦେଶ ବିଦେଶ

ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ : ‘ଇଟାର ଜବାବ୍‌ ପଥରରେ ଦେବୁ

ନୂଆଦିଲ୍ଲୀ,୨୭/୦୫: ଅପରେସନ୍‌ ସିନ୍ଦୂର ପରେ ପ୍ରଥମ ଥର ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଗାନ୍ଧୀ ନଗରରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଟାର ଜବାବ୍‌ ପଥରରେ ଦେବୁ । ଭାରତ ବୀର ଯବାନଙ୍କ ମାଟି । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନା । ଦେଶର ବିକାଶ ଓ ପ୍ରଗତି ଚାହୁଁ । ପ୍ରତିଟି ଆକ୍ରମଣର ଜବାବ ମିଳିବ । ‘କଣ୍ଟାକୁ କାଢିକି ହିଁ ରହିବୁ’- ଗାନ୍ଧୀ ନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପାକିସ୍ତାନ ଉପରେ ପର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଛନ୍ତି । ୧୯୪୭ରେ ଦେଶ ୩ ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କୀ ହମଲା ହୋଇଥିଲା । ପାକିସ୍ତାନ ମୁଜାହିଦ୍ଦିନ ଆତଙ୍କବାଦୀଙ୍କୁ ବ୍ୟବହାର କରି ମା’ ଭାରତୀର ଏକ ଅଂଶକୁ କବଜା କରିଥିଲା । ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ପିଓକେ ପାଇନାହୁଁ ଆମ ସଶସ୍ତ୍ର ବାହିନୀ ଆଗକୁ ବଢିବା ବନ୍ଦ ନ କରନ୍ତୁ । କିନ୍ତୁ ତାଙ୍କ କଥା କେହି ଶୁଣି ନଥିଲେ । ଗତ ୭୫ ବର୍ଷ ହେଲା ଆମେ ଭୋଗୁଛୁ । ପହଲଗାମ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଉଦାହରଣ ବୋଲି କହିଛନ୍ତି ପିଏମ୍ ମୋଦି । ୧୯୬୦ ସିନ୍ଧୁ ଜଳ ଚୁକ୍ତି ପଢିଲେ ଆଶ୍ଚର୍ଯ୍ୟ ହେବେ । ତଳ ଡ୍ୟାମ ଗୁଡିକ ବନ୍ଦ କରିଦିଆଯାଇଥିଲା । ଜମ୍ମୁ ନଦୀ ଉପରେ ନିର୍ମିତ ଡ୍ୟାମ ସଫା କରାଯିବନି ବୋଲି ନିଷ୍ପତ୍ତି ହୋଇଥିଲା । ୬୦ ବର୍ଷ ହେବ ଗେଟ୍ ଗୁଡିକ ଖୋଲା ଯାଇନଥିଲା । ଡ୍ୟାମ ସଫା ପାଇଁ ଛୋଟ ଡ୍ୟାମ ଖୋଲିଛୁ ଫଳରେ ପାକିସ୍ତାନରେ ବନ୍ୟା ଆସିଛି । ବିଦେଶୀ ସାମଗ୍ରୀ ବ୍ୟବହାର ବନ୍ଦ କଲେ ହିଁ ଅପରେସନ୍‌ ସିନ୍ଦୂର ସଫଳ ହେବ । ଆତଙ୍କୀ କାର୍ଯ୍ୟକଳାପ ପ୍ରକ୍ସି ୱାର ନୁହେଁ- ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଥିଲୁ । ସବୁକୁ କ୍ୟାମେରାରେ କଏଦ କରିଥିଲୁ । କାରଣ ଯେପରି କେହି ଆମକୁ ପ୍ରମାଣ ନମାଗୁ । କାରଣ ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାରଷ୍ଟ୍ରାଇକର ପ୍ରମାଣ ସରକାରଙ୍କୁ ମାଗିଥିଲେ । ଏଥର କ୍ୟାମେରା ବ୍ୟବସ୍ଥା କରିଥିଲୁ । ୨୨ ମିନିଟରେ ଆତଙ୍କୀ ଠିକଣାକୁ ଧ୍ୱଂସ କରିଦେଇଥିଲୁ । ଆତଙ୍କୀ କାର୍ଯ୍ୟକଳାପ କେବଳ ପ୍ରକ୍ସି ୱାର ନୁହେଁ । ମେ ୬ ପରେ ଯେଉଁ ଦୃଶ୍ୟ ଦେଖିଥିଲୁ ଏହାପରେ ଆଉ ଏହାକୁ ପ୍ରକ୍ସି ୱାର କହିପାରିବା ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button