ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ୨ଦିନିଆ ସିକିମ, ବିହାର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଗସ୍ତ

ନୂଆଦିଲ୍ଲୀ, ୨୯/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ସିକିମ୍, ପଶିମ ବଙ୍ଗ, ବିହାର ଏବଂ ଉତ୍ତରପ୍ରଦେଶ ଗସ୍ତରେ ବାହାରିଛନ୍ତି । ଏହି ଗସ୍ତରେ ୭୦,୦୦୦ଟଙ୍କାରୁ ଉର୍ଦ୍ଧ୍ବର ପ୍ରକଳ୍ପ ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ’’ଆସନ୍ତା ୨ ଦିନ ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶର କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି’’ । ୨ଦିନିଆ ବିକାଶମୂଳକ କାର୍ଯ୍ୟ ଲୋକଙ୍କ ପାଇଁ ଲାଭ ଆଣିବା ସହିତ ମଜବୁତ୍ କରିବ ।

ଆଜି ପ୍ରଧାନମନ୍ତ୍ରୀ ଆଲପୁରଦୁଆର ଏବଂ କୁଚବିହାର ଜିଲ୍ଳା ପାଇଁ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ୧,୦୧୦ଟଙ୍କାର ପ୍ରକଳ୍ପ କାର୍ଯ୍ୟରେ ୨.୫ଲକ୍ଷରୁ ଅଧିକ ପରିବାର ସାମିଲ ରହିବେ । ୧୦୦ରୁ ଅଧିକ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଉଦ୍ୟୋଗଗୁଡିକରେ ପିଏନଜି ଗ୍ୟାସ ଯୋଗାଣ କରିବେ । ଏହା ସହିତ ୧୯ଟି ସିଏନଜି ଷ୍ଟେସନ ମଧ୍ୟ ପ୍ରତିଷ୍ଠା କରାଯିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ପାଟନା ବିମାନବନ୍ଦରର ଯାତ୍ରୀମାନଙ୍କ ପାଇଁ ନୂଆ ଟର୍ମିନାଲ ଉଦଘାଟନ କରିବେ । ପ୍ରାୟ ୧,୨୦୦କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । ଯାହା ୧କୋଟି ଯାତ୍ରୀଙ୍କୁ ସେବା ଯୋଗାଇବ । ଶିକ୍ଷାଗତ ବୃଦ୍ଧି ଏବଂ ଆବାସିକ ଅଞ୍ଚଳର ବିକାଶ ପାଇଁ ୧,୪୧୦ କୋଟି ଟଙ୍କାର ସେବା ଯୋଗାଇ ଦିଆଯିବ । ଆଜି ବିହାର ଏବଂ ପାଟନାବାସୀଙ୍କ ପାଇଁ ବିଶେଷ ଦିନ ରହିବ । ବିମାନବନ୍ଦର ଏକ ନୂଆ କନକ୍ଲେଭ ପାଇଁ ଲୋକଙ୍କୁ ସେବା ଦିଆଯିବ । ଯେଉଁଥି ପାଇଁ ଅନେକ ବର୍ଷ ଧରି ବିହାର ଲୋକମାନେ ଅପେକ୍ଷା କରି ରହିଥିଲେ

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button