ଓଡିଶା

ଆଜି ଭୁବନେଶ୍ୱରରେ କଂଗ୍ରେସର ‘ଜୟହିନ୍ଦ କାର୍ଯ୍ୟକ୍ରମ’

ଭୁବନେଶ୍ୱର,୨୯/୦୫: କାଶ୍ମୀରର ପହଲଗାମରେ ପାକିସ୍ଥାନୀ ଆତଙ୍କବାଦୀଙ୍କ ଦ୍ୱାରା ସଂଗଠିତ ହତ୍ୟାକାଣ୍ଡ ପରେ ଉପଯୁକ୍ତ ଜବାବ ଦେଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଦୃଢ଼ ଜବାବ ଦେବାକୁ ଯାଇ ଭାରତୀୟ ସେନା ଯେଉଁ ଅଦମ୍ୟ ସାହସ ଓ ପରାକାଷ୍ଠା ପ୍ରଦର୍ଶନ କରିଛି, ତାହାକୁ ସମ୍ମାନ ଜଣାଇବ କଂଗ୍ରେସ । ସେଥିପାଇଁ ଗୁରୁବାର ଦିନ ୧୧ଟା ବେଳେ ମାଷ୍ଟରକ୍ୟାଣ୍ଟିନରେ ଏକ “ଜୟହିନ୍ଦ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହେବ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଦୀପେନ୍ଦର ସିଂ ହୁଡା, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସମସ୍ତ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା ସାଂସଦ ପ୍ରମୁଖ ଯୋଗଦେବେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button