ଓଡିଶା
ଆଜି ଶିବ-ପାର୍ବତୀଙ୍କ ବିବାହ : ଉତ୍ସବମୁଖର ଏକାମ୍ର କ୍ଷେତ୍ର

ଭୁବନେଶ୍ବର,୩୦/୦୫ : ଆଜି ଶିବ ବିବାହ। ଶିବ ବିବାହ ପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଚଣ୍ଡୀ ଚାମୁଣ୍ଡା ସହ ଦେବା ଦେବୀଙ୍କୁ ନିମନ୍ତ୍ରଣ। ବିବାହ ଉତ୍ସବ ପାଇଁ ସଜେଇ ହୋଇଛି ପୁରୁଣା ଭୁବନେଶ୍ୱର। ପବିତ୍ର ଶୀତଳ ଷଷ୍ଠୀ ତଥା ମହାଦେବଙ୍କ ବିବାହ ଉତ୍ସବ ପାଇଁ ଚଳଚଂଚଳ ଏକାମ୍ର କ୍ଷେତ୍ର। ରଙ୍ଗୀନ ଲିଚୁ ଲାଇଟ୍, ବଡ ବଡ଼ ତୋରଣ ସହ ଆଲୋକ ମାଳାରେ ସଜେଇ ହୋଇଛି ଏକାମ୍ର କ୍ଷେତ୍ର। ଅଷ୍ଟ ସମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ପାଖରେ ହୋଇଛି ପୂଜାର୍ଚ୍ଚନା। ଏଥି ସହିତ ପ୍ରସାଦ ଧରି ଅଷ୍ଟଚଣ୍ଡିଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି। ଶେଷରେ କେଦାର ଗୌରୀ ମନ୍ଦିର ଯାଇ ସେଠାରେ ମଧ୍ୟ କରାଯାଇଛି ପୂଜାର୍ଚ୍ଚନା। ଆଜି ରାତିରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଛାଡ଼ି ବଡ଼ ପଟୁଆରରେ ବରଯାତ୍ରୀ ଧରି କେଦାର ଗୌରୀ ମନ୍ଦିର ଯିବେ। ବିବାହ ଅନୁଷ୍ଠିତ ହେବା ପରେ ୩୧ତାରିଖ ରାତିରେ ପୁଣି କେଦାର ଗୌରୀ ମନ୍ଦିର ଛାଡି ଲିଙ୍ଗରାଜ ମନ୍ଦିରକୁ ଫେରିବେ ମହାପ୍ରଭୁ ।