ଓଡିଶା

ଇଡି ଡେପୁଟି ଡାଇରେକ୍ଟରଙ୍କୁ ମାଡିବସିଲା ସିବିଆଇ

ଭୁବନେଶ୍ୱର, ୩୦/୦୫ : ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ସିବିଆଇ ହାତରେ ଧରାପଡିଛନ୍ତି। ସେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛି । ୨୦୧୩ ବ୍ୟାଚର ଆଇଆରଏସ୍‌ ଅଧିକାରୀ ତଥା ଇଡି ଡେପୁଟି ଡାଇରେକ୍ଟର ରଘୁବଂଶୀ ଇଡି ଚଢାଉର ଧମକ ଦେଇ ଜଣେ ବ୍ୟବସାୟୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଶହୀଦନଗର ଅଞ୍ଚଳରେ ଅଭିଯୋଗକାରୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ସିବିଆଇ ଅଧିକାରୀ ରଘୁବଂଶୀଙ୍କୁ ଧରିବାରେ ସଫଳ ହୋଇଥିଲେ। ସୂଚନା ଅନୁସାରେ ଖଣିଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ଅଧିକାରୀ ତଥା ଇଡିର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଅବଗତ କରିଥିଲେ। ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ପଚରାଉଚୁରା କରୁଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button