ଓଡିଶା

ସରିଲା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସହ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ : ଆଜି ଶୀତଳ ଷଷ୍ଠୀ ଶୋଭାଯାତ୍ର

ଭୁବନେଶ୍ୱର,୩୧/୦୫: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ବୈଦିକ ରୀତିରେ କେଦାର ଗୌରୀ ମନ୍ଦିର ପରିସରରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି । ଶ୍ରୀଜୀଉଙ୍କ ବଡ଼ ସିଂହାର ବେଶ ବଢ଼ିବା ପରେ ମଥାରେ ପଗଡି ପିନ୍ଧି ପାଲିଙ୍କି ଚଢ଼ି ବର ବେଶରେ ଶୋଭାଯାତ୍ରା ଓ ରୋଷଣୀ ନେଇ ବାହାରିଥିଲେ । ଆଧୁନିକ ଡିଜେ ନୁହେଁ କେବଳ ପାରମ୍ପରିକ ବାଦ୍ୟରେ ମୁଖରିତ ହୋଇଉଠୁଥିଲା ଆଉ ଆଲୁଅର ରୋଷଣିରେ ଝଲସୁ ଥିଲା ଏକାମ୍ର କ୍ଷେତ୍ର । ଶ୍ୱଶୁର ଘର ପହଞ୍ଚିବା ପରେ ଜ୍ୱାଇଁଙ୍କୁ ବାଟ ବରଣୀ କରି ବିବାହ ବେଦୀକୁ ବିଜେ କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ମା’ପାର୍ବତୀଙ୍କ ସହ ହସ୍ତଗଣ୍ଠି ପଡ଼ିଥିଲା । ବିବାହ ନୀତି ସମୟରେ ବ୍ରାହ୍ମଣମାନେ ମନ୍ତ୍ରପାଠ କରୁଥିଲେ । ହୋମ ନିଆଁ ଜଳୁଥିଲା । ନବ ଦମ୍ପତି କଉଡ଼ି ଖେଳି ଥିଲେ । ବର କନିଆ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ପ୍ରଭୁ ଲିଙ୍ଗରାଜ ଓ ମା’ପାର୍ବତୀ । ଆଜି ସମସ୍ତ ଦେବ ନୀତି ବଢିବା ପରେ ରାତି ଦଶଟାରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହେବ । ଶୀତଳ ଷଷ୍ଠୀ କମିଟି ଶୋଭାଯାତ୍ରା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏଥର ଶୋଭାଯାତ୍ରାରେ ଓଡ଼ିଶାର ପ୍ରସିଦ୍ଧ ଗୋଟିପୁଅ ନୃତ୍ୟ, ଘଣ୍ଟ, ଦୁଲଦୁଲି, ଗଞ୍ଜାମର ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବାରିପଦାର ଛଉ ନୃତ୍ୟ, ଢୋଲ, ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ ନାଚ, ଘୋଡା ନାଚ, ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି ନୃତ୍ୟ ପରିବେଷଣ କରାଯିବ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button