ଦେଶ ବିଦେଶ

ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ, ୦୩/୦୬ : ସ୍ଥଗିତ ହେଲା ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷା । ଶୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ। ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷାରେ ସ୍ବଚ୍ଛତା ରକ୍ଷା ପାଇଁ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନବିଏଏମଏସ ପକ୍ଷରୁ ଜାରି ଏକ ନୋଟିସରେ କୁହାଯାଇଛି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଆବଶ୍ୟକ ଥିବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନିଟ୍ ପିଜି ହେଉଛି ମେଡିକାଲ ଗ୍ରାଜୁଏଟମାନଙ୍କ ପାଇଁ ଏକ ଜାତୀୟସ୍ତରର ପରୀକ୍ଷା । ଏହି ପରୀକ୍ଷାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ଆୟୋଜନ କରିଥାଏ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button