କ୍ରୀଡା

ଆରସିବି ବିଜୟ ଉତ୍ସବ ପାଳନ ସମୟରେ ଦଳାଚକଟା : ୧୧ ମୃତ, ୧୩୦ରୁ ଅଧିକ ଆହତ

ବେଙ୍ଗାଲୁରୁ,୪/୬ : ଆଜି ବେଙ୍ଗାଲୁରୁର ଏମ ଚେନ୍ନାସ୍ୱାମୀ ଷ୍ଟାଡିଅମ ବାହାରେ ଜିତିବା ଖୁସିରେ ସ୍ୱତନ୍ତ୍ର ଉତ୍ସବ ପାଳନ ନିମନ୍ତେ ଆରସିବି ପ୍ରଶଂସକମାନଙ୍କ ଭିଡ ଲାଗିଥିଲା। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅତ୍ୟଧିକ ଭିଡ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ନିଜ ନିଜ ପସନ୍ଦର ଖେଳାଳି ମାନଙ୍କୁ ଦେଖିବା ପାଇଁ ହଠାତ କିଛି ଦେଖଣାହାରୀ ଦୌଡିବା ଆରମ୍ଭ କରିବାରୁ ଅନ୍ୟ କିଛି ଲୋକ ତଳେ ପଡିଯାଇଥିଲେ ଯାହା ଫଳରେ ଦଳାଚକଟା ଘଟିଥିଲା

ଷ୍ଟାଡିଅମ ବାହାରେ ଦଳାଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଗତକାଲି ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚରେ ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟାଇଟଲ ହାସଲ କରିଥିଲା।

Sajaga News

Leave a Reply

Your email address will not be published. Required fields are marked *

Back to top button