ସ୍ୱାସ୍ଥ୍ୟ

ଶରୀର ପାଇଁ ବେଶ ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ ପିଅନ୍ତି ତେବେ ତାହା ଆଣ୍ଠୁଗଣ୍ଠି ଦରଦରୁ ଅନେକାଂଶରେ ଉପଶମ ଦେଇଥାଏ। ଅଦାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ୍‌ ଏବଂ ମିନେରାଲ ଭରି ରହିଛି। ଆପଣ ଥଣ୍ଡାଜନିତ ସମସ୍ୟାରେ ପୀଡ଼ିତ କି ? ଯଦି ହଁ, ତେବେ ଅଦା ରସ, ମହୁ, ତୁଳସୀ ପତ୍ର ମିଶ୍ରିତ ଚା’ ପିଇଲେ ତାହା କେବଳ ଥଣ୍ଡା, ନାକରୁ ପାଣି ଗଡ଼ିବା, ମୁଣ୍ଡ ବିନ୍ଧିବା କମାଇବାରେ ସାହାଯ୍ୟ କରିଥାଏ। ନିୟମିତ ଅଦା ରସ ସେବନ କଲେ ତାହା ପାଚନକ୍ରିୟାକୁ ଆହୁରି ଦୃଢ଼ କରିଥାଏ। ତା’ ସହ ବଦହଜମି ସମସ୍ୟା ମଧ୍ୟ ଅନେକାଂଶରେ ଦୂର କରିଥାଏ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button