ମନୋରଞ୍ଜନ

ବିବାହ କଲେ ମହୁଆ ମୈତ୍ର- ଟିଏମସି ସାଂସଦଙ୍କ ପ୍ରେମରେ ପିନାକୀ

ମହୁଆଙ୍କୁ ବିବାହ କଲେ ପିନାକୀ। ଜର୍ମାନୀରେ ଉଭୟ ବିବାହ ବନ୍ଧନରେ ବାନ୍ଧିହୋଇଥିବା ଚର୍ଚ୍ଚା ସୋସିଆଲ ମିିଡିଆରେ ଜୋରଦାର ଭାଇରାଲ ହୋଇଛି। ମେ ୩ ତାରିଖରୁ ଉଭୟ ବିବାହ ବନ୍ଧନରେ ବାନ୍ଧିହୋଇଥିବା କୁହାଯାଉଛି। ମହୁଆ ଆଗରୁ ଦାନିସ୍ ଫାଇନାନ୍ସର ଲାର୍ସ ବ୍ରୋରୋସନଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇସାରିଛି। ସଂସଦକୁ ନିର୍ବାଚିତ ହେବାର ପ୍ରଥମ ପାଳିରେ ମହୁଆ ମୈତ୍ର ନାସନାଲ ହେଡଲାଇନରେ ଥିଲେ। କ୍ୟାସ୍ ଫର କ୍ୱେରି ମାମଲାରେ ସେ ଲୋକସଭାରୁ ବହିଷ୍କାର ହୋଇଥିଲେ। ଏଥିକ୍ସ କମିଟିର ସୁପାରିଶ କ୍ରମେ ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ସଂସଦରୁ ବହିଷ୍କାର କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ ପୁଣି ସଂସଦକୁ ନିର୍ବାଚିତ ହୋଇଥିଲେ ମହୁଆ। କ୍ରିଷ୍ଣନଗର ଆସନରୁ ଜିତିଥିଲେ। ସେପଟେ ପିନାକୀ ମିଶ୍ର ଜଣେ ଭେଟେରାନ ବିଜେଡି ନେତା। ଯିଏ ପୁରୀ ସଂସଦୀୟ କ୍ଷେତ୍ରରୁ ୪ଥର ଜିତିଥିଲେ। ଏମିତିରେ ମହୁଆଙ୍କ ଓକିଲ ଭାବେ ପିନାକୀ ସୁପ୍ରିମକୋର୍ଟରେ ତାଙ୍କର ପ୍ରତିନିଧିତ୍ୱ କରନ୍ତି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button