ବିଚାର

ଜେସିବିରେ ପଙ୍କ ଉଦ୍ଧାର ସମୟରେ ଭୁସୁଡ଼ିଲା ଗାର୍ଡ ୱାଲ

ମହାକାଳପଡ଼ା, ୧୨/୦୬ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମହାକାଳପଡ଼ା ପଞ୍ଚାୟତ ସଦର ମହକୁମା ନିକଟରେ ତରବରିଆ ଭାବେ ମେସିନରେ ପୋଖରୀରୁ ପଙ୍କ ଉଦ୍ଧାର କରିବା ସମୟରେ ଜମ୍ବୁ ମାର୍ଶାଘାଇ କେନାଲ ପାଖ ଆର ଆଣ୍ଡ ବି ଦ୍ୱାରା ନବ ନିର୍ମିତ ଗାର୍ଡ ୱାଲ ପୋଖରୀ ମଧ୍ୟକୁ ଭୁଶୁଡି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି l. ପ୍ରକାଶ ଥାଉ କି ମହାକାଳପଡ଼ା ପଞ୍ଚାୟତ ପାଣ୍ଠିରୁ ରୁ ଦୁଇଟି ପୁରୁଣା ତୁଠ କୁ ତେରା ଧନ ତେରା ମୁଡି ଭଳି କାର୍ଯ୍ୟ କରିଛନ୍ତି ଠିକାଦାର l ସଦର ମହକୁମା ରେ ଧର୍ମକୁ ଅଖି ଠାର ମାରିଲା ଭଳି ପୁରୁଣା ପଥର କୁ ପୁରୁଣା ପ୍ଳାଷ୍ଟର ଉପରେ ମସଲା ଘଷି କାମ ଶେଷ କରିଛନ୍ତି l ସରକାରୀ ବାବୁ ମାନଙ୍କ ଜ୍ଞାତ ରେ ହେଉ ବା ଅଗୋଚର ରେ ର ଠ କାର୍ଯ୍ୟ ସାରି ପରବର୍ତ୍ତୀ ସମୟରେ ଆଦର୍ଶ ପୁଷ୍କରଣୀ ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମସୁଧା ଚଳାଇଛନ୍ତି l ଜେସିବି ମେସିନ ଲଗାଇ ପଙ୍କ ଉଦ୍ଧାର କାର୍ଯ୍ୟ କରିବା ସମୟରେ ଗାର୍ଡ ୱାଲ ଭୁଶୁଡି ଯାଇଛି l ଏଭଳି ଅଘଟଣ ଘଟିବା ପରେ ଠିକାଦାର ତରବରିଆ ଭାବେ ବିଲିଂ ପାଇଁ ପ୍ରୟାସ କରିଛନ୍ତି l ଗାର୍ଡ ୱାଲ ଭାଙ୍ଗିବା ପରେ ଆର ଆଣ୍ଡ ବି କର୍ତ୍ତୃପକ୍ଷଙ୍କ ର ପ୍ରତିକ୍ରିୟା ମିଳିପାରିନାହିଁ l

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button