ଦେଶ ବିଦେଶ

ପ୍ରିୟଙ୍କା ଗାନ୍ଧୀଙ୍କୁ ହାଇକୋର୍ଟରୁ ନୋଟିସ୍

ନୂଆଦିଲ୍ଲୀ,୧୨/୦୬ : କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନୋଟିସ ଜାରି କରିଛନ୍ତି କେରଳ ହାଇକୋର୍ଟ । ତାଙ୍କୁ ଏହି ନୋଟିସ୍ ୱାୟାନାଡ଼ରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ନଭ୍ୟା ହରିଦାସଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ନିର୍ବାଚନ ଆବେଦନ ଉପରେ ତାଙ୍କୁ ଏହି ନୋଟିସ ଜାରି କରାଯାଇଛି। ହରିଦାସ ଲୋକସଭା ଉପନିର୍ବାଚନରେ ପ୍ରିୟଙ୍କାଙ୍କ ବିଜୟକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ହାଇକୋର୍ଟରେ ଏକ ଆବେଦନ କରି ପ୍ରିୟଙ୍କାଙ୍କ ବିଜୟକୁ ଅବୈଧ ଘୋଷଣା କରିବାକୁ ଦାବି କରି ଥିଲେ। ଆବେଦନରେ ସେ ପ୍ରିୟଙ୍କାଙ୍କ ଉପରେ ଅଭିଯୋଗ କରି ଗୁରୁତ୍ୱପୂର୍ଣ୍ଣ ବିବରଣୀ ଖୁଲାସା ନକରିବାର ଅଭିଯୋଗ କରିଥିଲେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୩ ନଭେମ୍ବରରେ ଓ୍ବାଇନାଡ୍‌ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରଥମ ଥର ପାଇଁ ୬ ଲକ୍ଷ ୨୨ ହଜାର ୩୩୮ ଭୋଟ ପାଇ ବିଜୟୀ ହୋଇଥିଲେ। ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ନେତା ନଭ୍ୟା ହରିଦାସ ୧ ଲକ୍ଷ ୯ ହଜାର ୯୩୯ ଭୋଟ ସହିତ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ, ଗୋଟିଏ କେରଳର ୱାୟାନାଡ ଏବଂ ଅନ୍ୟଟି ଉତ୍ତର ପ୍ରଦେଶର ରାୟବରେଲି ଲୋକସଭା ଆସନ। ଉଭୟ ଆସନରେ ବିଜୟୀ ହେବା ପରେ, ରାହୁଲ ଗାନ୍ଧୀ ୱାୟାନାଡ ଲୋକସଭା ଆସନ ଛାଡି ଦେଇଥିଲେ ଏବଂ ପରିବାରର ପାରମ୍ପରିକ ଆସନ ରାୟବରେଲିକୁ ନିଜ ପାଖରେ ରଖିଥିଲେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button