ରାଜନୀତି

୬୪୦୦ କୋଟି ଟଙ୍କା ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି

ନୂଆଦିଲ୍ଲୀ, ୧୧/୦୬ : ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ରେଳବାଇର ଦୁଇଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କୋଡରମାରୁ ବରକାକାନା ମଧ୍ୟରେ ୧୩୩ କିଲୋମିଟର ଡବଲ ଲେନକୁ ମଞ୍ଜୁର କରାଯାଇଛି । ଏହାର ଅଟକଳ ମୂଲ୍ୟ ୩୦୬୩ କୋଟି ଟଙ୍କା । ଏହା ପାଟନା ଏବଂ ରାଞ୍ଚି ମଧ୍ୟରେ ଦୂରତା ହ୍ରାସ କରିବ। ଏହା କୋଡରମା, ଛତ୍ର, ହଜାରୀବାଗ ଏବଂ ରାମଗଡ଼ ଜିଲ୍ଲାକୁ ସଂଯୋଗ କରିବ । ଝାଡ଼ଖଣ୍ଡରେ ଭାରତୀୟ ରେଳବାଇର କୋଡରମା-ବରକାକାନା ମଲ୍ଟିଟ୍ରାକିଂ ପ୍ରକଳ୍ପ ବିଷୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ‘ବିଶେଷଜ୍ଞଙ୍କ ଅନୁଯାୟୀ ଏହି ପ୍ରକଳ୍ପ ଦ୍ବାରା ଦେଶରେ ବାର୍ଷିକ ୩୨ କୋଟି ଲିଟର ଡିଜେଲ ସଞ୍ଚୟ ହେବ । ଏହା ୯୩୮ ଗ୍ରାମ ଏବଂ ୧୫ ଲକ୍ଷ ଜନସଂଖ୍ୟାକୁ ଲାଭ ଦେବ। ଏହା ୩୦.୪ ନିୟୁତ ଟନ୍ ଅତିରିକ୍ତ ସାମଗ୍ରୀ ବହନ କରିପାରିବ । କେନ୍ଦ୍ର ସରକାର କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଭାରତୀୟ ରେଳବାଇର ବଲ୍ଲାରୀ-ଚିକଜାଜୁର ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ଏହି ପ୍ରକଳ୍ପ ଅଧୀନରେ, ୧୮୫ କିଲୋମିଟର ରେଳ ଲାଇନକୁ ଡବଲିଂ କରାଯିବ । ଏଥିପାଇଁ ୩,୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୁହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ତୃତୀୟ କାର୍ଯ୍ୟକାଳରେ ପରିବହନ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କରାଯାଇଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button