ଅହମଦାବାଦ ବିମାନ ଦୁର୍ଘଟଣା : ମୃତ୍ୟୁ ପୂର୍ବରୁ ଶେଷ ସେଲ୍ଫି

ନୂଆଦିଲ୍ଲୀ, ୧୩/୦୬ : ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣାରେ ହୃଦୟ ବିଦାରକ ଦୃଶ୍ୟ । ଛାରଖାର ହୋଇଗଲା ଲଣ୍ଡନରେ ରହିବା ସ୍ବପ୍ନ । ଡାକ୍ତର ପ୍ରତୀକ ଯୋଶୀଙ୍କ ପୁରା ପରିବାର ନିଶ୍ଚିହ୍ନ । ଡାକ୍ତରୀ ଚାକିରି ଛାଡି ପରିବାର ସହ ଲଣ୍ଡନରେ ରହିବା ପାଇଁ ଯାଉଥିଲେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ପୂରା ପରିବାର ଅହମ୍ମଦାବାଦରୁ ଯାଉଥିଲେ ଲଣ୍ଡନ, ବିମାନରେ ବସି ସେଲ୍ଫି ଉଠାଇ ଥିଲେ । ହେଲେ ସେହି ଫଟୋ ଶେଷ ସେଲଫି ଥିଲା ତାହା କେହି ଜାଣିନଥିଲେ । ରାଜସ୍ଥାନ ବାଂଶୱାଡାର ଗୋଟିଏ ପରିବାରର ୫ ସଦସ୍ୟଙ୍କ ଅକାଳ ବିୟୋଗ । ଡାକ୍ତର ପ୍ରତୀକ, ସ୍ତ୍ରୀ କୋମି ଓ ୩ ସନ୍ତାନଙ୍କ ମୃତ୍ୟୁ ହୋଇଛି । ବିମାନ ଲଣ୍ଡନକୁ ଉଡ଼ାଣ ଭରିବା ପୂର୍ବରୁ ପରିବାର ସହ ଫ୍ଲାଇଟ ଭିତରେ ଶେଷ ସେଲଫି ନେଇଥିଲେ ପ୍ରତୀକ । ବିମାଟି ମେହଗନି ନଗରର ରିହାୟଶି ଅଞ୍ଚଳରେ ଜୋରରେ ଜଳି ଖସି ପଡ଼ିଥିଲା । ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଜୀବିତ ବଞ୍ଚିଛନ୍ତି । ତେବେ ଡାକ୍ତର ପ୍ରତୀକଙ୍କ ପରିବାରର ସେହି ଶେଷ ସେଲ୍ଫିକୁ ସେୟାର କରିଛନ୍ତି । ଡା. କୋମି ବ୍ୟାସ ବାଂଶୱାଡାର ଜଣାଶୁଣା ଡାକ୍ତର ଥିଲେ । ଉଦୟପୁରର ପେସିଫିକ୍ ହସ୍ପିଟାଲରେ କାମ କରୁଥିଲେ । କିନ୍ତୁ ପରିବାର ପାଇଁ ସେ ଦୁଇ ଦିନ ପୂର୍ବରୁ ହିଁ ନିଜର ଚାକିରି ଛାଡ଼ି ଦେଇଥିଲେ । ତାଙ୍କର ସ୍ୱାମୀ ପ୍ରତୀକ ଯୋଶୀ ଲଣ୍ଡନକୁ ଛଅ ବର୍ଷ ପୂର୍ବେ ଶିଫ୍ଟ ହୋଇ ଯାଇଥିଲେ । କୋମି ଓ ତାଙ୍କର ତିନି ଜଣ ପିଲାଙ୍କୁ ଶେଷରେ ସେଠାକୁ ତାଙ୍କ ସହ ସବୁଦିନ ପାଇଁ ନେଇ ଯିବାର ସୁଯୋଗ ମିଳିଥିଲା । ଅହମ୍ମଦାବାଦ ଏୟାରପୋର୍ଟରେ ଟେକଅଫ୍ କରିବା ପୂର୍ବରୁ ନେଇଥିବା ସେଲ୍ଫିରେ କୋମି ଓ ପ୍ରତୀକ ନିଜର ପିଲାଙ୍କ ସହ ହସୁଥିଲେ । ହେଲେ ସେହି ଫଟୋ ଶେଷ ସେଲଫି ଥିଲା ତାହା କେହି ଜାଣିନଥିଲେ ।