ଦେଶ ବିଦେଶ

ଆଜି ଭୟାବହ ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୩/୦୬ : ସାରା ଦେଶକୁ ସ୍ତବ୍ଧ କରିଛି ଅହମଦାବାଦର ଭୟାବହ ବିମାନ ଦୁର୍ଘଟଣା । ‘ଡ୍ରିମ୍ ଲାଇନର୍ ’ ନାମକ ଏହି ବିମାନରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ୟାବିନ୍ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ । ଜନବସତିପୂର୍ଣ୍ଣ ମେଘାନୀ ଅଞ୍ଚଳରେ ଥିବା ଏକ ମେଡିକାଲ ୍ କଲେଜ ହଷ୍ଟେଲ ଓ ଏହା ସଂଲଗ୍ନ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଏହି ବିମାନ ଅପରାହ୍ନ ୧ଟା ୩୮ମିନିଟ୍ ରେ ଉଡ଼ାଣ ଭରିଥିଲା । ଏହାର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇ ଜଳିଯାଇଥିବା ବେଳେ କେବଳ ଜଣକୁ ବାଦ୍ ଦେଲେ ଅନ୍ୟ କୌଣସି ଯାତ୍ରୀ ବଞ୍ଚିନଥିବା ସମ୍ଭାବନା ନଥବା ଅହମଦାବାଦ ପୋଲିସ କମିସନର କହିଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ୨ ପାଇଲଟ ଓ ୧୦ ଜଣ କ୍ରୁ ସଦସ୍ୟ ଅଛନ୍ତି । ଏପଟେ ବିମାନର ଏକ ବଡ଼ ଅଂଶ ମେଡିକାଲ କଲେଜ ଛାତ୍ରାବାସରେ ଖସିଥିବାରୁ ୫ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ୪୧ ଜଣ ଆହତ ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ ପାଇଁ ଅହମଦାବାଦ ଆସିବେ । ଦୁର୍ଘଟଣାସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପହଞ୍ଚି ସ୍ଥିତି ତଦାରଖ କରୁଛନ୍ତି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button