ଚଉଠି ରାତିରେ- ଛୁଇଁଲେ ଛୁରି ମାରିଦେବି ବୋଲି ଧମକ ଦେଲା ନବବଧୂ

ଯଦି ଛୁଇଁବ। ତା ହେଲେ ୩୫ ଟୁକୁଡ଼ାରେ ମିଳିବ ଶବ। ମାରିଦେବି ନଚେତ ନିଜେ ଆତ୍ମହତ୍ୟା କରିଦେବି। ମୁଁ ଆଉ କାହାର। ଚଉଠି ରାତିରେ ନବବଧୂ ଛୁରୀ ଦେଖାଇ ଏମିତି ଧମକ ଦେଇଥିଲା ସ୍ୱାମୀକୁ। ପ୍ରୟାଗରାଜରୁ ଆସିଛି ଏଭଳି ଅଭାବନୀୟ ଘଟଣା। କପ୍ତାନଙ୍କ ବିବାହ ସିତାରାଙ୍କ ସହ ହୋଇଥିଲା। ଦାମ୍ପତ୍ୟ ଜୀବନ ସୁଖ ସମୃଦ୍ଧି ଓ ସହଭାଗିତାରେ ଆରମ୍ଭ ହେବା ଆଗରୁ ଯେମିତି କପ୍ତାନଙ୍କ କାନ୍ଧରେ ଅନ୍ଧାର ଘୋଟିଆସିଛି। ୩ ଦିନ ଯାଏ କପ୍ତାନଙ୍କୁ ଛୁରୀ ଦେଖାଇ ଧମକ ଦେଇଚାଲିଥିଲା ପତ୍ନୀ। ଆଉ ଭୟରେ ହେଉ ଅବା ମାନସମ୍ମାନକୁ ଡରି ବର ବିଚାରା କେବଳ ଖଟ ଉପରେ ବସିରହିଲା।
ଭୟରେ ରାତି ଯାକ ଶୋଇପାରିଲାନି। ଆଉ ଅତିଷ୍ଠ ହେବାରୁ ଶେଷରେ ଘର ଲୋକଙ୍କୁ ଜଣାଇବାକୁ ବାଧ୍ୟ ହୋଇଥିଲା କପ୍ତାନ। ପରିବାର ଲୋକେ ନୂଆ ବୋହୂକୁ ପଚାରିବାରୁ ବୋହୂ ବି ସଫା ସଫା କହିଦେଲା। ତାଙ୍କର ଆଉ କାହା ସହ ପ୍ରେମ ସମ୍ପର୍କ ଅଛି। ତାଙ୍କୁ ତାଙ୍କର ବୟଫ୍ରେଣ୍ଡ ପାଖକୁ ପଠାଇଦିଅ। ଏହା ଶୁଣି ତଟସ୍ଥ ବରର ଘର ଲୋକେ ତୁରନ୍ତ କନ୍ୟା ଘର ଲୋକକୁ ଡାକିଲେ। ଆଉ ଉଭୟ ପରିବାର ଭିତରେ ଶେଷରେ ସହମତି ବି ପ୍ରକାଶ ପାଇଲା। ନବଦମ୍ପତ୍ତି ସବୁ ଭୁଲି ହସଖୁସିରେ ଜୀବନ ବିତାଇବେ ବୋଲି କଥା ଛିଣ୍ଡିଥିଲା। ସିତାରାକୁ ପୁଣି ଶ୍ୱଶୁର ଘରକୁ ବୁଝାଇସୁଝାଇ ଘର ଲୋକେ ପଠାଇଦେଲେ।
ଘରକୁ ଫେରିବା ପରେ ସିତାରା କିଛି ଦିନ ନୀରବ ରହିଲେ। ଆଉ ମଉକା ଦେଖି ଘରେ ସମସ୍ତେ ଶୋଇଥିଲା ବେଳେ ସିତାରା ଘର ଛାତରୁ ଡେଇଁ ନିଜ ପ୍ରେମିକ ସହ ଫେରାର୍ ହୋଇଗଲା। ସିତାରାଙ୍କ କିଛି ଓ୍ୱାଟସଅପ ଚାଟ୍ ଏବେ ସାମ୍ନାକୁ ଆସିଛି। ସିତାରାର ସମ୍ପର୍କ ନିଜ ପୁତୁରା ଅମନ ସହ ଥିଲା। ଚାଟରେ ଲେଖାଯାଇଛି ଯେ, ଯଦି ସେ କିଛି କହିବ, ୧୦ରୁ ୨୦ଜଣଙ୍କୁ ସାଙ୍ଗରେ ନେଇ ତାକୁ ମାରିଦେବି। ଏବେ ସିତାରା ସହ ତା ପ୍ରେମିକ କୋର୍ଟ ମ୍ୟାରେଜ କରିସାରିଥିବା ଦାବି କରୁଛନ୍ତି। ଘରୁ ଫେରାର୍ ହୋଇଯାାଇଥିଲେ ଜୁନ୍ ୧ରୁ। କପ୍ତାନଙ୍କ ପରିବାର ନ୍ୟାୟ ଲାଗି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯଦି ବିବାହ ସହମତିରେ ହୋଇଥିଲା। ତାହେଲେ ତାଙ୍କୁ ତୁଛାରେ ଧୋକା କାହିଁକି ମିଳିଲା।



