ପହଲଗାମରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ରେକି କରିଥିଲା ଆତଙ୍କୀ

ନୂଆଦିଲ୍ଲୀ: ୭ ଦିନ ଧରି ପହଲଗାମରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାମର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାମ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାମର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି।
ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।