ଦେଶ ବିଦେଶ

ଇପିଏଫ୍‌ଓ ପାଇଁ ଆସିଛି ବଡ଼ ଖବର : ଖୁବ୍ ଶୀଘ୍ର ଉଠାଇ ହେବ ଏଟିଏମରୁ ପିଏଫ୍‌ ଟଙ୍କା

ଭୁବନେଶ୍ୱର, ୩୦/୦୫ : ଖୁବ୍ ଶୀଘ୍ର ଏଟିଏମ କାର୍ଡରୁ ମିଳିବ ପିଏଫ୍ ଟଙ୍କା । ଆସୁଛି ଇପିଏଫ୍‌ଓ ୩.୦ । ଏଟିଏମରୁ ପିଏଫ ଟଙ୍କା ଉଠାଇ ହେବ । ସରକାରୀ ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ । ଯଥା ଶୀଘ୍ର ନୂଆ ସଫ୍ଟୱାର ସିଷ୍ଟମ, ଇପିଏଫ୍‌ଓ-୩.୦ ଆରମ୍ଭ ହେବ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ଜୁନ୍ ୨୦୨୫ରେ ଏହାର ଉନ୍ନତ ଇପିଏଫଓ ୩.୦ ସିଷ୍ଟମ ଆରମ୍ଭ କରିବ । ଏହାର ଲକ୍ଷ୍ୟ ହେଉଛି ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍‌) ଉଠାଇବାକୁ ସରଳ କରିବା, କେୟାସି ଅପଡେଟକୁ ତ୍ଵରାନ୍ଵିତ କରିବା ଏବଂ ଦାବି ପ୍ରକ୍ରିୟାକରଣ ସମୟ ହ୍ରାସ କରିବା । ଇପିଏଫ୍‌ ପାଣ୍ଠିକୁ ଅଧିକ ଦ୍ରୁତ ଏବଂ ସୁବିଧାଜନକ ଭାବେ ପ୍ରବେଶ କରିବା ପାଇଁ ଏଟିଏମ-ପରି କାର୍ଡ ପ୍ରବର୍ତ୍ତନ କରିବା ସମ୍ଭାବନା ରହିଛି । ଶୀଘ୍ର ନୂଆ ଇଫିଏଫ୍‌ କାର୍ଡରୁ ଟଙ୍କା ଉଠାଣ ସମ୍ବନ୍ଧିତ ମାର୍ଗଦର୍ଶିକା ସହିତ କର୍ମଚାରୀଙ୍କୁ ଏଟିଏମ କାର୍ଡ ଜାରି କରାଯିବ । ଏହା ମାଧ୍ୟମରେ କର୍ମଚାରୀ ଆର୍ଥିକ ଜରୁରୀ ସ୍ଥିତିରେ କିମ୍ବା ଅପ୍ରତ୍ୟାଶିତ ଖର୍ଚ୍ଚକୁ ପରିଚାଳନା କରିପାରିବେ । ଥରେ ଏଟିଏମ୍ ଏବଂ UPI ସୁବିଧା ପ୍ରଚଳନ ହୋଇଗଲେ, ଏହା କିଛି ମିନିଟ୍‌ର କଥା ହୋଇଯିବ । ତଥାପି, ATM ଏବଂ UPI ମାଧ୍ୟମରେ କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଯାଇପାରିବ । ଏହା ସହିତ, କର୍ମଚାରୀମାନଙ୍କୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ପଡିବ ନାହିଁ ଏବଂ ଅଯଥାରେ ସମୟ ମଧ୍ୟ ପଷ୍ଟ ହେବ ନାହିଁ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button