ଦେଶ ବିଦେଶ

ପାକିସ୍ତାନକୁ ଭାରତର କଡ଼ା ଜବାବ

ସଂଚାର ବ୍ୟୁରୋ: ପାକିସ୍ତାନକୁ ଭାରତର କଡ଼ା ଜବାବ। ପାକିସ୍ତାନ ଅବୈଧ ଭାବରେ କାଶ୍ମୀରକୁ ଅଧିକାର କରି ରଖିଛି। କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ଯ ଅଙ୍ଗ। ଏହା ହେଉଛି ଆମର କେନ୍ଦ୍ର ଶାସିତ ଅଞ୍ଚଳ। ତେଣୁ ପାକିସ୍ତାନ କାଶ୍ମୀରର ଯେଉଁ ଅଂଶକୁ ବେଆଇନ ଭାବେ ଦଖଲ କରି ରଖିଛି, ତାକୁ ଖାଲି କରି ଚାଲି ଯାଉ। ଭାରତ ହାତରେ ସଂପୂର୍ଣ୍ଣ କାଶ୍ମୀରକୁ ହସ୍ତାନ୍ତର କରିଦେଉ। ବିଦେଶରେ ଥିବା ଅଞ୍ଚଳ କିପରି ଗଳାର ଶିର ହୋଇପାରିବ ବୋଲି ଓଲଟା ପାକିସ୍ତାନକୁ ପ୍ରଶ୍ନ କରିଛନ୍ତି ବୈଦେଶିକ ବିଭାଗର ମୁଖପାତ୍ର ରନ୍ଧିର ଜୟସ୍ଵାଲ। ପାକିସ୍ତାନର ଆର୍ମି ଚିଫ୍ ଜେନେରାଲ ଅସିମ ମୁନିର କହିଥିଲେ ଯେ, କାଶ୍ମୀର ହେଉଛି ପାକିସ୍ତାନର ଗଳାଶିର । ଏହାକୁ ସେମାନେ କେବେ ବି ଛାଡ଼ି ପାରିବେ ନାହିଁ। ପ୍ରବାସୀ ପାକିସ୍ତାନୀଙ୍କ ଏକ କାର୍ଯ୍ୟକ୍ରମରେ ସେ ଏହା କହିଥିଲେ। ଏପରିକି ସେ ୧୯୪୭ ଦେଶ ବିଭାଜନକୁ ମଧ୍ୟ ସମର୍ଥନ କରିଥିଲେ। ଜେନେରାଲ ମୁନିରଙ୍କୁ ଏଥିପାଇଁ ଭାରତ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button