ଦେଶ ବିଦେଶ
ବିରୋଧ ପରେ ଦୀଘା ଜଗନ୍ନାଥ ଧାମ ନାମକରଣ ହଟିଲା

ସଂଚାର ବ୍ୟୁରୋ: ଦୀଘାରୁ ହଟିଲା ଜଗନ୍ନାଥ ଧାମ ନାମ । ନାମକରଣ ବୋର୍ଡରେ ଯେଉଁ ଜଗନ୍ନାଥ ଧାମ ଲେଖାଯାଇଥିଲା, ତାକୁ ହଟାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସମେତ ଓଡ଼ିଶା ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ଦୀଘାରୁ ହଟାଇ ଦିଆଯାଇଛି ଜଗନ୍ନାଥ ଧାମ ନାମ। ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ବିଜେପି ଆଇଟି ସେଲ୍ ର ମୁଖ୍ୟ ଅମିତ ମାଲବ୍ଯ।