ଧର୍ମ

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଅସନ୍ତୋଷ: ଗୁନା ସହରରେ ପୋଲିସର ଲାଠିଚାର୍ଜ

ସଂଚାର ବ୍ୟୁରୋ: ମଧ୍ୟପ୍ରଦେଶର ଗୁନା ସହରରେ ପୋଲିସର ଲାଠିଚାର୍ଜ। ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଛି। ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଚାଲିଥିବା ଉପରେ ଟେକା ପଥର ମାଡ଼ ହୋଇଥିଲା। ଏହାର ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହା ହିଂସାତ୍ମକ ରୂପ ନେବାକୁ ଯାଉଥିବା ବେଳେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଛି। ଗୁନା ଏସପି ସଂଜୀବ କୁମାର ସିହ୍ନା କହିଛନ୍ତି, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସବୁଠୁ ପଇଁତରା ମାରୁଛି ପୋଲିସ । ଯିଏ ବି ଗଣ୍ଡଗୋଳ କରିବାକୁ ଚେଷ୍ଟା କରିବ, ତା ବିରୋଧରେ ନିଆହେବ କଡ଼ା କାର୍ଯ୍ୟାନୁଷ୍ଠାନ। ହିଂସା ଘଟଣାରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button