ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ ମହିଳା ଦିନିକିଆ ବିଶ୍ୱକପ୍

ନୂଆଦିଲ୍ଲୀ,୦୩/୦୬: ସେପ୍ଟେମ୍ବର ୩୦ ତାରିଖରୁ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ ମହିଳା ଦିନିକିଆ ବିଶ୍ୱକପ୍ । ଆଇସିସି ପକ୍ଷରୁ ଏହାର ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି । ଶ୍ରୀଲଙ୍କାର କେବଳ କଲମ୍ବୋ ଏବଂ ଭାରତରେ ବେଙ୍ଗାଲୁରୁ, ଗୌହାଟୀ, ଇନ୍ଦୋର, ଓ ବିଶାଖାପଟନମ ଟୁର୍ଣ୍ଣାମେଣ୍ଟର ମୋଟ୍ ୩୧ଟି ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୩୦ ତାରିଖରୁ ଲିଗ୍ ପର୍ଯ୍ୟାୟ ଆରମ୍ଭ ହେବ । ଆକ୍ଟୋବର ୨୯ ଓ ୩୦ ତାରିଖରେ ସେମି ଫାଇନାଲ ଏବଂ ନଭେମ୍ବର ୨ ତାରିଖରେ ଫାଇନାଲ ଖେଳାଯିବ । ପରବର୍ତ୍ତୀ ସମୟରେ ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା କରାଯିବ । ପାକିସ୍ତାନ ବିଶ୍ୱକପ୍କୁ ଯୋଗ୍ୟତା ହାସଲ କରିଛି । ଗତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ନିୟମ ଅନୁସାରେ ଭାରତୀୟ ଦଳକୁ ପାକିସ୍ତାନକୁ କିମ୍ବା ପାକିସ୍ତାନ ଦଳ ଭାରତ ଗସ୍ତ କରିବ ନାହିଁ । ତେଣୁ ସେମାନେ ନିରପେକ୍ଷ ଭେନ୍ୟୁରେ ଖେଳିବେ । ଯେହେତୁ ଶ୍ରୀଲଙ୍କା ସହ ଆୟୋଜକ ରହିଛି, ତେଣୁ ପାକିସ୍ତାନ ଦଳ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ଯଦି ନକ୍ ଆଉଟ୍ ସୂଚୀ ଭାରତୀୟ ଭେନ୍ୟୁରେ ହୋଇଥାଏ ଏବଂ ପାକିସ୍ତାନ ନକ ଆଉଟ୍କୁ ଉନ୍ନୀତ ହୁଏ ତେବେ ଭେନ୍ୟୁ ପରିବର୍ତ୍ତନ କରାଯିବ । ଅର୍ଥାତ ପାକିସ୍ତାନ ଫାଇନାଲ ପର୍ଯ୍ୟନ୍ତ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ହିଁ ଖେଳିବ ।