ସ୍ୱାସ୍ଥ୍ୟ

ପ୍ରଚୁର ଔଷଧ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ

ଭାରତ-ପାକିସ୍ତାନ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିବା ପରେ ପ୍ରଚୁର ଔଷଧ ମହଜୁଦ୍ ରଖିବାକୁ ଔଷଧ ନିର୍ମାତା କଂପାନି ଓ ବିତରକମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତବନୀ ବି ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା।

ଆଜିର ସମୀକ୍ଷା ବୈଠକରେ ସେ ଦେଶରେ ଥିବା ଡାକ୍ତରଖାନା ଓ ସ୍ବାସ୍ଥ୍ୟ ସୁବିଧା ସଂପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ। ଏହାଛଡ଼ାଓ ଜରୁରୀକାଳୀନ ପରିସ୍ଥିତିରେ କିପରି ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସୁବିଧା ଊପଲବ୍ଧ କରି ହେବ ସେ ନେଇ ଆଲୋଚନା କରିଥିଲେ। ସମସ୍ତ ସ୍ବାସ୍ଥ୍ୟ ସେବାକୁ ନିୟନ୍ତ୍ରଣ କକ୍ଷରୁ ତଦାରଖ କରାଯିବା ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଗୁରୁତ୍ବାରୋପ କରିଛନ୍ତି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button